ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ୩୫ତମ କୋଣାର୍କ ମହୋତ୍ସବ ଏବଂ ୧୪ତମ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ସେହିପରି ଚନ୍ଦ୍ରଭାଗା ଠାରେ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଉଦଘାଟିତ ହେବ ।

୩୫ତମ କୋଣାର୍କ ମହୋତ୍ସବ:

ରାଜ୍ୟ ପର୍ଯ୍ୟଟନ ବିଭାଗ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଟିଡିସି ପକ୍ଷରୁ ଆୟୋଜିତ ହେଉଛି ଏହି କୋଣାର୍କ ମହୋତ୍ସବ । ଏହା ୫ଦିନ ଧରି ଚାଲିବ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ଓଡ଼ିଶୀ, କୁଚିପୁଡ଼ି, କଥକ, ମୋହିନୀ ଆଟମ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶିତ ହେବ । ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ରୁ ରାତି ୯ଟା ପର୍ଯ୍ୟନ୍ତ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ଦ୍ଵାରା ବାଲୁକାକଳା ଚିତ୍ରକଳା ପ୍ରଦର୍ଶନ ହେବ ।

Konark festiva

ପ୍ରଥମ ଦିନରେ ଓଡିଶୀ, ଦ୍ୱିତୀୟ ଦିନରେ କ'ଣ ?
ପ୍ରଥମ ଦିନ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ଚରଣରେ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ଓ ଦ୍ଵିତୀୟାର୍ଦ୍ଧରେ ନୂଆଦିଲ୍ଲୀର ମାଲତିଶ୍ୟାମଙ୍କ ଦ୍ୱାରା କଥକ ନୃତ୍ୟ ପରିବେଷଣ କରାଯିବ । ସେହିପରି ଦ୍ଵିତୀୟ ଦିବସରେ କୋଲକତାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପ୍ରୀତିପଟେଲଙ୍କ ଦ୍ୱାରା ମଣିପୁର ନୃତ୍ୟ ପରିବେଷଣ କରାଯିବ ଓ ଦ୍ଵିତୀୟ ଚରଣରେ କୋଲକତା ଶ୍ରୀଞ୍ଜନ ନୃତ୍ୟାଳୟର ବିଶିଷ୍ଠ ଓଡିଶୀ ଗୁରୁ ଆଲୋକ କାନୁନଗୋ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ତୃତୀୟ ଦିବସରେ କୋଲକାତାର ଦର୍ପଣୀ ଅର୍ଣ୍ଣବ ବନ୍ଦୋପାଧ୍ୟାୟଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବାକୁ ଥିଲାବେଳେ ଦ୍ୱିତୀୟାର୍ଦ୍ଧରେ ଆମେରିକାର ଡକ୍ଟର ସୁନନ୍ଦା ନାୟାରଙ୍କ ଦ୍ଵାରା ମୋହିନୀ ଆଟ୍ଟମ ନୃତ୍ୟ ପରିବେଷଣ ହେବ ।

ଚତୁର୍ଥ ଦିନରେ କୁଚୁପୁଡ଼ି

ଚତୁର୍ଥ ଦିନରେ ପ୍ରଥମେ ହାଇଦ୍ରାବାଦର ଦୀପିକା ରେଙ୍ଗୀ ଦ୍ୱାରା କୁଚୁପୁଡ଼ି ନୃତ୍ୟ ପରିବେଷଣ ହେବାକୁ ଥିବାବେଳେ ଦ୍ୱିତୀୟ ଚରଣରେ ଭୁବନେଶ୍ଵରର ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ । ଶେଷ ତଥା ପଞ୍ଚମ ଦିବସର କୋଲକାତାର ବିଶିଷ୍ଠ ଅନ୍ତର୍ଜାତୀୟ ନୃତ୍ୟଙ୍ଗନା ଡୋନା ଗାଙ୍ଗୁଲିଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହ ଦ୍ଵିତୀୟ ଚରଣ ତଥା ଶେଷରେ ନୂଆଦିଲ୍ଲୀର ଗୀତାଚନ୍ଦ୍ରନ ଅନୁଷ୍ଠାନ ପକ୍ଷରୁ ଭାରତ ନାଟ୍ୟମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାଲୁକା କଳା ପ୍ରଦର୍ଶନୀ, କେତୋଟି ଦେଶ ସାମିଲ ହେବେ ?

ଚଳିତବର୍ଷ ବାଲୁକା କଳା ପ୍ରଦର୍ଶନୀରେ 6ଟି ଦେଶର ବାଲୁକା ଶିଳ୍ପୀ ସାମିଲ ହେବ । ଯଥା ପର୍ତ୍ତୁଗାଲ, ମେକ୍ସିକୋ, ରୁଷିଆ, ଜାପାନ, ସ୍ପେନ୍ ଏବଂ ଶ୍ରୀଲଙ୍କାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀଙ୍କ ସମେତ ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କୋଲକାତା, ଗୁଜୁରାଟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ପରି ୭ ରାଜ୍ୟର ୧୦ଜଣ ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମହୋତ୍ସବରେ ୧୦୦ ଜଣ ବାଲୁକା ଶିଳ୍ପୀ ସେମାନଙ୍କର ନିଖୁଳ ବାଲୁକା ଚିତ୍ର କଳ ପ୍ରଦର୍ଶନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+