ଆସନ୍ତାକାଲି କଟକ SCBରେ ଏକମୋ ୟୁନିଟ୍ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟର ଗରିବ ଏବଂ ରାସନ କାର୍ଡଧାରୀ ମାନେ ଏଣିକି ଏକମୋ ଚିକିତ୍ସା ପାଇବେ । ଏଣିକି କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତାକାଲି ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଟକ: ରାଜ୍ୟର ଗରିବ ଏବଂ ରାସନ କାର୍ଡଧାରୀ ମାନେ ଏଣିକି ଏକମୋ ଚିକିତ୍ସା ପାଇବେ । ଏଣିକି କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତାକାଲି ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଏଥିଲାଗି ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ପୂର୍ବରୁ ଏକମୋ ଚିକିତ୍ସା ଲାଗି ଲୋକମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ହେଲେ ଏବେ ଆଉ ଲୋକମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।
ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି।












Click it and Unblock the Notifications