ଆଜି ସ୍ବାସ୍ଥ୍ୟ ବିଭାଗ ପାଇଁ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ପରିବାର କଲ୍ଯାଣ ପାଇଁ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ମଧ୍ୟରେ ରହିଛି ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଉଦଘାଟନ ।
ଭୁବନେଶ୍ବର: ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ପରିବାର କଲ୍ଯାଣ ପାଇଁ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ମଧ୍ୟରେ ରହିଛି ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଉଦଘାଟନ । ଆଜି ସଂଧ୍ୟାରେ କଟକ ଏସସିବି ମେଡିକାଲରେ ଏହାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମାଧ୍ୟମରେ ସମସ୍ତ ପ୍ରକଳ୍ପର ଲୋକାର୍ପଣ କରଯିବ ।

ଫୁସଫୁସ ଜନିତ ରୋଗରେ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ରୋଗୀମାନେ ଉପକୃତ ହୋଇପାରିବେ । ଓଡିଶାକୁ ଉତ୍କର୍ଷ କେନ୍ଦ୍ର କରିବା ଯୋଜନାରେ ଅତ୍ୟାଧୁନିକ ରିସର୍ଚ୍ଚ, ଏକାଡେମୀ , ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ ପ୍ରକଳ୍ପରେ କରାଯାଇଛି । ୧୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ ହେବାକୁ ଯାଉଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାରେ ସ୍ବାସ୍ଥ୍ୟସେବାର ଉନ୍ନତି ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। #OdishaCares pic.twitter.com/0Exqm6bBeN
— I & PR Department, Odisha (@IPR_Odisha) June 9, 2021
ଏହାସହ 7ଟି ଅକ୍ସିଜେନ ୟୁନିଟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର, ଭୁବନେଶ୍ବର, କଟକ, ବୁର୍ଲା, ବଲାଙ୍ଗିର, କୋରାପୁଟ ଓ ବାଲେଶ୍ବରେ ଅକ୍ସିଜେନ ୟୁନିଟର ଲୋକାର୍ପଣ କରିବେ ନବୀନ ।












Click it and Unblock the Notifications