Get Updates
Get notified of breaking news, exclusive insights, and must-see stories!

ରୋମରେ ମନେ ପଡିଲା ପୁରୁଣା ସ୍ମୃତି; ଶେଷଙ୍କ କଥାରେ ଭାବବିହ୍ନଳ ହେଲେ ମୁଖ୍ୟମନ୍ତ୍ରୀ

ରୋମରେ ମନ ପଡିଲା ପୁରୁଣା ସ୍ମୃତି । ଭାବବିହ୍ଵଳ ହୋଇଗଲେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଖିରୁ ବାରମ୍ବାର ଲୁହ ପୋଛୁଥିଲେ ନବୀନ । ନିଜ ରାଇଜରେ କରିଥିବା ସାହାଯ୍ୟକୁ ମନେ ପକାଇଲା ରୋମ। ଜଣେ ଯୁବକ କହିଲେ କେମିତି ନବୀନଙ୍କ ପାଇଁ ସେ ଏତେ ସଫଳ ।

ନୂଆଦିଲ୍ଲୀ: ରୋମରେ ମନ ପଡିଲା ପୁରୁଣା ସ୍ମୃତି । ଭାବବିହ୍ଵଳ ହୋଇଗଲେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଖିରୁ ବାରମ୍ବାର ଲୁହ ପୋଛୁଥିଲେ ନବୀନ । ନିଜ ରାଇଜରେ କରିଥିବା ସାହାଯ୍ୟକୁ ମନେ ପକାଇଲା ରୋମ। ଶେଷ ନାମକ ଜଣେ ଯୁବକ କହିଲେ କେମିତି ନବୀନଙ୍କ ପାଇଁ ସେ ଏତେ ସଫଳ । ଆଉ ଏହା ଶୁଣି ନବୀନଙ୍କ ଆଖିରୁ ଲୁହ ବାହାରିଲା ।

naveen

ଶେଷ କହିଲେ ମୋ ପାଖରେ କିଛି ନଥିଲା। ମୁଁ ଆପଣଙ୍କୁ ଭେଟିବାକୁ ଯାଇଥିଲି । ୨୦୧୮ର କଥା । ମୁଁ ଯେବେ ଭୁବନେଶ୍ବରରେ ଆପଣଙ୍କୁ ଭେଟିବାକୁ ଯାଇଥିଲି ସେତେବେଳେ ହଳେ ଶସ୍ତା ପ୍ୟାଣ୍ଟସାର୍ଟ ପିନ୍ଧିଥିଲି। ସ୍ଲିପର ଚପଲ୍ ପିନ୍ଧିଥିଲି ଓ ଗୋଟିଏ ଛୋଟ ନୋକିଆ ଫୋନ୍ ଧରିଥିଲି । ସେତେବେଳେ ଆପଣ ମୋତେ ସାହାଯ୍ୟ କରିଥିଲେ। ମୋତେ ଆଇଫୋନଟି ଉପହାର ଦେଇଥିଲେ । ଆଉ ମୋ ଭଳି ଅନାଥ ଯୁବକର ପାଠପଢ଼ାର ସବୁ ଖର୍ଚ୍ଚ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ଆପଣଙ୍କ ଆଶ୍ରିବାଦରୁ ମୁଁ ଏଇଠି ପହଞ୍ଚି ସାରିଛି ।

ମାତ୍ର ସାଢ଼େ ତିନିବର୍ଷରେ ମୋର ପିଏଚଡି ଶେଷ କରିଛି। ତେବେ ୨ ବର୍ଷର ଅଭିଜ୍ଞତା ଲାଭ କରିବା ପରେ ମୁଁ ମୋ ରାଜ୍ୟକୁ ଫେରିଯିବି। ସେଠାରେ ଏକ ଫାର୍ମ ଇଣ୍ଡଷ୍ଟ୍ରି ଖୋଲିବା ସହ ଓଡ଼ିଶାକୁ ଏକ ଇଣ୍ଡଷ୍ଟ୍ରିଆଲ୍ ହଲରେ ପରିଣତ କରିବି। ବାପା-ମାର ଅଭାବ ଆପଣ ମୋତେ ଅନୁଭବ କରିବାକୁ ଦେଇ ନାହାନ୍ତି । ସମ୍ବଲପୁର ଜିଲ୍ଲା ଉପାର ନାକଟିଦେଉଳ ବ୍ଳକରୁ ଜର୍ମାନୀ ଯାଇ ଅଧ୍ୟୟନ କରୁଥିବା ଯୁବ ବୈଜ୍ଞାନିକ ଶେଷଦେବ କିସାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହିଭଳି କହିଛନ୍ତି । ଶେଷଙ୍କ କଥା ଶୁଣି ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ବାରମ୍ବାର ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା। ।
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଜଙ୍ଗଲ ଘେରା ବଲାସିଂହା ଗାଁର ପିତୃମାତୃହୀନ ଆଦିବାସୀ ଯୁବକ ଶେଷଦେବ କିସାନ ଦାରିଦ୍ର୍ୟରକୁ ପଛରେ ପକାଇଥିଲେ । ଆଉ ନିଜ ଅସାଧାରଣ ମେଧା ବଳରେ ଜର୍ମାନିରେ ଗବେଷଣା କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେତେବେଳେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ସେଥିପାଇଁ ଶେଷ ଆଜି ଅଜସ୍ର ସଫଳତା ହାସଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଇଟାଲି ଗସ୍ତ ଅବସରରେ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିମାନଙ୍କୁ ତାଙ୍କ ସହ ସାକ୍ଷାତ ପାଇଁ ଡକାଯାଇଥିଲା। ଶେଷଦେବ ଏଥିରେ ସାମିଲ ଥିଲେ । ଶେଷଙ୍କୁ ପ୍ରଥମେ ଦେଖିବା ପରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଚିହ୍ନିବା ସହ ବେଶ ଆନନ୍ଦ ପ୍ରକାଶ କରିଥିଲେ। ସେ ଶେଷଙ୍କ ସୁବିଧା,ଅସୁବିଧା, ଭଲମନ୍ଦ ପଚାରି ବୁଝିଥିଲେ।
ଶେଷ କହିଥିଲେ ଯେ, ମୁଁ ଯେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି ମୋତେ ନୂଆ ଜୀବନ ମିଳିଥିଲା। ଯାହା କିଛି ବି ଆଜି ମୁଁ ହୋଇପାରିଛି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କ ପାଇଁ ବୋଲି ଶେଷ କହିଥିଲେ। ସେ ବିଦେଶରେ ନରହି ଓଡ଼ିଶା ଫେରିଆସିବେ ଓ ରାଜ୍ୟବାସୀଙ୍କ ଋଣ ଶୁଝିବେ ବୋଲି କହିଥିଲେ। ଏହା ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଭାବିବିହ୍ଵଳ କରିଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+