ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକାଶ ପାଇଁ ଦେଲେ ନିର୍ଦ୍ଦେଶ

ଖୁବ୍‌ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଭିବ ଲାଇଟ୍‌ କ୍ୟାମେରା ଆକ୍ସନ । ପ୍ରସ୍ତୁତ ହେବ ନୂଆ ଡିପିଆର। ଆବଶ୍ୟକତା ଅନୁସାରେ ପୂର୍ଣ୍ଣାଙ୍ଗ ହୋଇ ଖୋଲିବ ଫିଲ୍ମ ସିଟି । ଗତକାଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡ଼ିଓରେ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନକ୍ସା ଦେଖିବା ସହ ପୂରା ଷ୍ଟୁଡ଼ିଓ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟୁଡ଼ିଓ ଭିତରେ ପ୍ରସ୍ତୁତ ହୋଇଥିବା ବହୁମୁଖୀ କୋଠା, ସ୍ନୋ ୱାର୍ଲଡ଼, ଭୂତ ବଙ୍ଗଳା, ପ୍ରଡକ୍ସନ ୟୁନିଟ ସମେତ ପ୍ରୋଜେକ୍ଟର ଓ ଏଡିଟିଂ ପାଇଁ ପ୍ରସ୍ତୁତ ଦୁଇଟି ଅଡିଟୋରିୟମ ଦେଖିଛନ୍ତି ।

mohan majhi

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ ସଂସ୍କୃତି ବିଭାଗ ସଚିବ ସମର୍ଥ ବର୍ମାଙ୍କ ସହ ସିନେ କଳାକାର ଶ୍ରୀତମ ଦାସ ଓ ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ କାମ ସରିଛି । ଶୀଘ୍ର ବାକି କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲ, କୋର୍ଟ, ଥାନା ଭଳି ବିଭିନ୍ନ ଜାଗା ସୁଟିଂ ପାଇଁ ଦରକାର ସେସବୁକୁ ମଧ୍ୟ ପ୍ରସ୍ତୁତ କରି ପୂର୍ଣ୍ଣାଙ୍ଗ ଫିଲ୍ମ ସିଟି ପାଇଁ ବିଭାଗ ସହ ଆଲୋଚନା କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+