ଅଗଷ୍ଟ ୯ ରେ କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସୁଭଦ୍ରା ଟଙ୍କା

ଆସନ୍ତା ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏହି ସୂଚନା ଦେଇଛନ୍ତି ।

mohan majhi

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ବରିଷ୍ଠ ଅଧିକାରୀମାନେ ସହର ଉପକଣ୍ଠ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

ଗତକାଲି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ମହାଜନ, ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡୀ, ଏସ୍‌ପି ରୋହିତ ବର୍ମା, ଏସ୍‌ଡିପିଓ ପାର୍ଥ ଜଗଦୀଶ କଶ୍ୟପ ପ୍ରମୁଖ ରେଲୱେ ଷ୍ଟେସନ ନିକଟ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ହୋଇପାରେ। ଅଞ୍ଚଳ ପରିଦର୍ଶନ ସହ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଆଲୋଚନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+