ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । କଣ କହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ? ବଳଙ୍ଗା ଘଟଣାକୁ ନେଇ ବଡ଼ ଘୋଷଣା କରିବେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଳଙ୍ଗାରେ ଜଣେ ନାବାଳିକାକୁ କିରୋସିନ ଢାଳି ଜାଳିବାକୁ କିଛି ଦୁର୍ବୃତ୍ତ ଉଦ୍ୟମ କରୁଥିଲେ । ହେଲେ ନାବାଳିକା ଜଣକ ଜୀବନ ବଞ୍ଚାଇ ସେଠୁ ଖସି ଆସିଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ହେଲେ ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି ।

Chief Minister

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ତାତି ଏଯାଏଁ କମିନି ଆଉ ଏବେ ପୁଣି ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇଦେଇଛନ୍ତି । ଯାହାକୁ ନେଇ ଏବେ ପୁଣି ତେଜିଛି ରାଜନୀତି । ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘରକୁ ମହିଳା କଂଗ୍ରେସ ଟମାଟୋ ମାଡ଼ କରିଛନ୍ତି ।

ସେପଟେ ବଳଙ୍ଗା ନାବାଳିକା ପୋଡ଼ିବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌ । ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଚାଲିଛି ପଚରାଉଚରା । ଅତିରିକ୍ତ ଏସ୍‌ପି କହିଛନ୍ତି ସମସ୍ତ ଦିଗକୁ ତର୍ଜମା କରାଯାଉଛି । କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି । ଏମ୍‌ସରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା । ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍‌ସ ଡାକ୍ତର କହିଛନ୍ତି । ଏମ୍‌ସ୍‌ ବର୍ଣ୍ଣୱାର୍ଡକୁ ପୀଡ଼ିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ । କୌଣସି ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ । ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି । ଏମ୍‌ସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+