ଅଶୋକନଗର ନୂଆ କାର୍ଯ୍ୟାଳୟରେ ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ତେବେ ୟୁନିଟ୍-୫ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ବିଦ୍ୟାଳୟ ପରିସର(କ୍ୟାପିଟାଲ ନର୍ସରୀ ନିକଟ)ରେ ନୂତନ ଗୃହରେ ଜନଶୁଣାଣି କରାଯିବ । ତେବେ ଖରା ଯୋଗୁ ସକାଳ ୮ଟାରୁ ଜନଶୁଣାଣି ଆରମ୍ଭ ହେବ ।

ତେଣୁ ସକାଳ ୮ଟା ସୁଦ୍ଧା ଅଭିଯୋଗକାରୀ ଆସି ୟୁନିଟ-୨ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ପହଞ୍ଚିବାକୁ ପଡିବ । ଅଭିଯୋଗକାରୀ ଆସିବା ବେଳେ ପଞ୍ଜୀକରଣ ପ୍ରାପ୍ତିସ୍ୱୀକାର ପତ୍ର, ପରିଚୟପତ୍ର ତଥା ଅଭିଯୋଗପତ୍ର ଆଣିବାକୁ ପଡ଼ିବ ।

Chief Minister to hear complaints today at Ashoknagar new office

ସୂଚନାଯୋଗ୍ୟଯେ, ଜନଶୁଣାଣି ପାଇଁ ୧୬ ତାରିଖଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ସର୍ବାଧିକ ୧୦୦୦ ଜଣ ସେମାନଙ୍କ ନାଁ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+