ଖୁବଶୀଘ୍ର ଭବାନୀପାଟଣାରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଦିନରେ କଳାହାଣ୍ଡି ଜିଲାର ଭବାନୀପାଟଣାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ଭବାନୀପାଟଣାରେ ଅଭିଯୋଗ ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଛି।
ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମୋଟ ୧୨ଟି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିସାରିଛନ୍ତି, ଯେଉଁଥିରୁ ୧୧ଟି ରାଜଧାନୀ ଭୁବନେଶ୍ୱରରେ ଓ ଗୋଟିଏ ସମ୍ବଲପୁରରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି କରୁଛି ବୋଲି ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି କରୁଛି ବୋଲି ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ସାତ ଜଣ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରାୟ ୧,୦୦୦ ଜଣଙ୍କ ଅଭିଯୋଗ ଶୁଣନ୍ତି।
ସରକାର, ମନ୍ତ୍ରୀ ଓ ବିଭିନ୍ନ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ଏବଂ ସେ ଜିଲ୍ଲାର ଆଖପାଖ ଲୋକ ଯାହାର ଯାହା ଅଭିଯୋଗ ରହିଛି ସେମାନେ ସହଜରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ପହଂଚି ପାରିବେ। ତାଙ୍କ ସମସ୍ୟା ସମାଧାନ କରିବେ। ରାଜସ୍ବ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ୭ ଜଣ ମନ୍ତ୍ରୀ ଓ ଅଧିକାରୀ ଅଭିଯୋଗ ଶୁଣୁଛନ୍ତି। ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ବନ୍ଧିତ ସମସ୍ୟାରେ ତୁରନ୍ତ ସିଙ୍ଗଲ ୱଇଣ୍ଡ ସିକ୍ସ୍ଟମ ଭାବରେ ସମାଧାନ କରାଯାଉଛି। ଚଳିତ ବର୍ଷ ଠାରୁ ଗତ ଶୁଣାଣି ମଧ୍ୟରେ ୩୮ ଜଣଙ୍କୁ ତୁରନ୍ତ ୪୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିସାରିଛି। ଆଜି ମଧ୍ୟ ୧୦ ଜଣଙ୍କୁ ୯ ଲକ୍ଷ ୫୦ ହଜାର ଟଙ୍କା ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି।












Click it and Unblock the Notifications