ଆଜିଠୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କାଲି ପକାଇବ ମକର ବୁଡ

ଆଜିଠାରୁ ୨ଦିନିଆ କେନ୍ଦୁଝର ଜିଲ୍ଲା କାର୍ଯ୍ୟକ୍ରମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତବର୍ଷ ଭଳି ଏବର୍ଷ ମଧ୍ୟ ବୈତରଣୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ, ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

mohan majhi

ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ବିକାଶ ପାଇଁ ୧୭୩୪ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ସହ,୨୦୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ଏଥିପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆ ପାରସରରେ ଏକ ବିରାଟ ସଭାସ୍ଥଳ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋର୍ ରେ ଆଗେଇ ଚାଲିଛି | ଏଥିସହ, ଅଡ଼ିଟୋରିୟମ୍ ରେ ନ୍ୟାସନାଲ୍ ସ୍କୁଲ୍ ଆଫ୍ ଡ଼୍ରାମା ଓ ସ୍ପିରଜା ଏକାଡ଼େମୀର ମିଳିତ ସହଯୋଗରେ ଅନୁଷ୍ଠିତ ବିପ୍ଳବୀ ବୀର ଧରଣୀଧରଙ୍କର ଜୀବନ କାହାଣୀ ଉପରେ ପ୍ରଦର୍ଶିତ ଏକ ନାଟକରେ ଯୋଗଦେବେ ।

କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ପର୍ବ । ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ୫ ରୁ ୭ଦିନ ଧରି ଧୁମଧାମ୍ ରେ ପାଳନ କରିଥାନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଘର,ଦ୍ୱାରା ଲିପା, ପୋଛା କରି ପାରମ୍ପରିକ ଶୈଳୀରେ ରଙ୍ଗ ଦେଇଥାନ୍ତି ଲୋକେ । ମକର ଦିନ, ମକର ବୁଡ଼ ପକାଇବା ସହିତ, ପିଠା, ପଣା ଖାଇ ନୃତ୍ୟ, ଗୀତ କରି ମକର ପର୍ବର ଖୁବ୍ ଆନନ୍ଦ ଉଠାଇଥାନ୍ତି । ମୁଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ ମଧ୍ୟ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଉଥିଲେ ।

ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ପରମ୍ପରା ଭୂଲି ନାହାଁନ୍ତି । ଗତବର୍ଷ ମଧ୍ୟ ସେ ଏଠାରେ ମକର ବୁଡ଼ ପକାଇଥିଲେ, ଏବର୍ଷ ମଧ୍ୟ ସେ ପାଟଣାରେ ବୈତରଣୀ ନଦୀରେ ଆସନ୍ତା ୧୪ ତାରିଖରେ ମକର ବୁଡ଼ ପକାଇବେ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ନେଇ ଆନନ୍ଦ ବ୍ୟକ୍ତ କରିଛନ୍ତି ଜିଲ୍ଲାର ବୁଦ୍ଧିଜୀବୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+