6 ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆସନ୍ତା 6 ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରେଳ ଅଡିଟୋରିୟମରେ ନିଯୁକ୍ତି ମେଳା ହେବ । ଅନେକ ଆଶାୟୀ ଶିକ୍ଷକ ଚାକିରି ପାଇବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ଗଣଶିକ୍ଷା ବିଭାଗରେ 826 ପିଜିଟି ଶିକ୍ଷକ ନିଯୁକ୍ତି ପାଇବେ । ସେହିପରି 81 ଜଣ ପଲିଟେକନିକ୍ ଶିକ୍ଷକଙ୍କୁ ଚାକିରି ଦିଆଯିବ । ମୋଟ 1240ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବା ନେଇ ସୂଚନା ରହିଛି ।

mohan charan majhi

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 169, ବାଣିଜ୍ୟ ପରିବହନ ବିଭାଗରେ 63, ଅବକାରୀ ବିଭାଗରେ 32, ପଞ୍ଚାୟତରାଜ ବିଭାଗରେ 49, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗରେ 19ଜଣଙ୍କୁ ଚାକିରି ଦିଆଯିବ ।

ନିଯୁକ୍ତିମେଳାରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ପଞ୍ଚାୟତ ଓ ପାନୀୟ ଜଳ ବିଭାଗ, ବାଣିଜ୍ୟ ପରିବହନ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗରେ ଚାକିରି ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+