କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ; କେବଳ ମିଶନ ପରେ ମିଶନ କରିଚାଲିଲେ; ଫଳ ଶୂନ୍‌

କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । କେବଳ ମିଶନ ପରେ ମିଶନ କରିଚାଲିଲେ । କିନ୍ତୁ ଫଳ ଶୂନ୍‌ । ଆଳୁ ମିଶନ, ପଣସ ମିଶନ ହେଲା, କିନ୍ତୁ ରେଜଲ୍ଟ ସମସ୍ତଙ୍କୁ ଜଣା। ଯେମିତିକି ଅପରେସନ ସକ୍ସେସ, ପେସେଣ୍ଟ ଡେଡ୍‌- ମୁଖ୍ୟମନ୍ତ୍ରୀ ।

କୋଲ୍ଡ ଷ୍ଟୋରେଜ୍ ପାଇଁ ପ୍ରତିଶ୍ରୁତି ଦେଲେ, କିନ୍ତୁ ପ୍ରତିଷ୍ଠା କଲେନି । ଆଜି ବି ଆମେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନି ।

Chief Minister targeted

ମମତା ଦିଦିଙ୍କ ଆଉ ମମତା ନାହିଁ, ଆମ ଉପରେ ଦାଉ ସାଧୁଛନ୍ତି' । ଏହା କେବଳ ପୂର୍ବ ସରକାରଙ୍କ ବିଫଳତା ଯୋଗୁଁ ହୋଇଛି । ତେଣୁ ଆପଣମାନେ ପୂର୍ବ ସରକାରକୁ ଏବେ ବିରୋଧୀ ଦଳରେ ବସାଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଦିନିଆ ବର୍ଷାରେ ଫସଲ କ୍ଷତି ସହିଥିବା ଚାଷୀଙ୍କୁ ଡ଼ିବିଟି ମାଧ୍ୟମରେ ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ୬ ଲକ୍ଷ ୬୬ ହଜାର ପରିବାରକୁ ୨୯୧ କୋଟି ସହାୟତା ରାଶି ଯୋଗାଇ ଦିଆଯିବ ।

ତିନି ଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା କୃଷିଭିତ୍ତିକ ଅର୍ଥନୀତି। କୃଷି ଓଡ଼ିଶା' ଅନ୍ନଦାତାଙ୍କୁ ସମର୍ପିତ। କୋଭିଡ ସମୟରେ ବି ଚାଷୀ ବିଲକୁ ଯାଇ ଚାଷ କରିଛନ୍ତି । କରୋନା ଭୟରେ ସମସ୍ତେ ଘରେ ଥିବାବେଳେ ଚାଷୀ ବିଲରେ ଥିଲେ । ଚାଷୀଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+