ମା’ ବୁଢୀ ଠାକୁରାଣୀଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ , ଗଞ୍ଜାମ ପାଇଁ ବଡ଼ ଘୋଷଣା
ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଆସନ୍ତାକାଲି(ଏପ୍ରିଲ 28)ରେ ବୁଢୀ ଠାକୁରାଣୀ ଯାତ୍ରା ଶେଷ ହେବାକୁ ଥିବା ବେଳେ ମା'ଙ୍କ ଆଶିଷ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଗଞ୍ଜାମ ଗସ୍ତରେ ଆସି ମା' ବୁଢି ଠାକୁରାଣୀଙ୍କ ଦର୍ଶନ କରି ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି । ଏଥିସହ ଜିଲ୍ଲା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ ଆସିବାକୁ ଯାଉଥିବା ବେଳେ ନିଯୁକ୍ତି ପାଇବେ 50 ହଜାର ଯୁବକ ଯୁବତୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ କରି ବ୍ରହ୍ମପୁରରେ ମା' ବୁଢ଼ୀ ଠାକୁରାଣୀ ଯାତ୍ରାରେ ମା'ଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ସହରରେ ପହଞ୍ଚି ସହରର ଦେଶୀବେହେରା ସାହି ସ୍ଥିତ ମା' ବୁଢ଼ୀ ଠାକୁରାଣୀ ଯାତ୍ରାରେ ମା'ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦର୍ଶନ କରିବା ସମୟରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର , ଆସିକା ବିଧାୟକ ସରୋଜ କୁମାର ପାଢୀ, ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରେ ବୁଢୀ ଠାକୁରାଣୀଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ପାତ୍ରପୁର ବ୍ଲକ ଭୀମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ୫ଟି ତଥା ମୋ ସ୍କୁଲ ଯୋଜନା ଏକ ପ୍ରହସନ ଥିଲା । ପିଲାଏଁ ୫ଟି ସ୍କୁଲରେ ପାଠପଢି କିନ୍ତୁ ତାଙ୍କ ବାପା ମା' କହୁଥିଲେ ମୋ ପୁଅ ପଢୁଛି ୫ଟି ସ୍କୁଲରେ ପାଠ, କହୁଛି ଦୁଇ ଦୁଗୁଣେ ଆଠ । ଏଭଳି ୫ଟି ଯୋଜନାକୁ ତାତ୍ସଲ୍ୟ କରି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗଞ୍ଜାମକୁ ଆସୁଛି ବଡ଼ ଶିଳ୍ପ:
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ ଆସୁଛି । ଯେଉଁଥିରେ ୫୦ ହଜାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୋହନ ସରକାର ହେଉଛି ଲୋକଙ୍କ ସରକାର:ଚିକିଟି ବିଧାୟକ
ରାଜ୍ୟରେ ବିଜୟୀ ହୋଇ ଆସିଥିବା ବିଜେପି ଶାସନର ମୋହନ ସରକାର ହେଉଛି ଲୋକଙ୍କ ସରକାର । ଯାହାର ଉଦାହରଣ ଆଜି ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ଦେଖିବାକୁ ମିଳିଛି । ଏକ ଛୋଟ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ବହୁତ ବଡ଼ କଥା । ଏହାଛଡ଼ା ବିଦ୍ୟାଳୟର ଆନୁସଙ୍ଗିକ ସୁବିଧାର ଉନ୍ନତିକରଣ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବଶୀଘ୍ର ଯେଉଁ ସମସ୍ୟା ଲାଗିରହିଛି ତାହା ପୂରଣ ହେବ ।












Click it and Unblock the Notifications