କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ। ରାଜ୍ୟ ସରକାର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାଇଲେ। ଏଥିସହ ନେପାଳ ଦୂତାବାସର ଦୁଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଆଲୋଚନାରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ACS ଭାଗ ନେଲେ।

କିଟ୍ ଛାତ୍ରୀ ମୃତ୍ୟୁ ଘଟଣା; ବଡ ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ।ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି।
ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି । ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ।
ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି ବୋଲି କହିଲେ ସୂର୍ଯ୍ୟବଂଶୀ। ପୋଲିସ ଇନ୍ଭେଷ୍ଟିଗେସନ୍, ଫୋରେନସିକ୍ ଯାଞ୍ଚ ଚାଲିଛି। ଭାଇରାଲ୍ ଭିଡିଓର ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କରାଯିବ ।
କିଟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା । ୨ ଘଣ୍ଟାର ଜେରା ପରେ ଅତିଥି ଭବନରୁ ବାହାରିଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଉକ୍ତ ମାମଲାରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ୨
ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଗୃହ ବିଭାଗର ଅତରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପୁରା ଘଟଣାକୁ ନେଇ ଅଚ୍ୟୁତ ସାମନ୍ତଙ୍କୁ ପଚରା ଉଚରା କରିଛି ।
ଉଚ୍ଚସ୍ତରୀୟ କମିଟି ଅଚ୍ୟୁତ ସାମନ୍ତଙ୍କ ବୟାନ ରେକର୍ଡ କରିଛି। ଅଚ୍ୟୁତଙ୍କ ସହ କୁଳପତି ଡାକ୍ତର ଶରଣଜିତ୍ ସିଂ ମଧ୍ୟ ଅତିଥି ଭବନରୁ ବାହାରିଛନ୍ତି। କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଓ ଏହାପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ୮ ଜଣଙ୍କ ବୟାନ ରେକର୍ଡ କରିବାକୁ ଡାକିଥିଲା ଉଚ୍ଚସ୍ତରୀୟ କମିଟି । ପୂର୍ବରୁ କିଟ୍ ହଷ୍ଟେଲର ନିଲମ୍ୱିତ ଇନଚାର୍ଜ ଜୟନ୍ତୀ ନାଥ, କିଟ ଇଣ୍ଟର ନ୍ୟାସନାଲ ରିଲେସନ ଅଫିସର ରେଶମ ନୱାଜ, କିଟ୍ କୁଳପତି ଡାକ୍ତର ଶରଣଜିତ୍ ସିଂ, ରେଜିଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ପହଞ୍ଚି ବୟାନ ରେକର୍ଡ କରିଛନ୍ତି ।












Click it and Unblock the Notifications