For Quick Alerts
Turn On Notification  
For Daily Alerts
Oneindia App Download

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୁରୀରରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରରନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

|

ଭୁବନେଶ୍ବର: ପୁରୀରରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ସରକାର ଜମି ଚିହ୍ନଟ କରିଛନ୍ତି ଏବଂ ଏହା କିପରି ସଠିକ ସମୟ ମଧ୍ୟରେ ସମ୍ପର୍ଣ୍ଣ ହେବ, ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ତେବେ ଏହି ବିମାନ ବନ୍ଦରକୁ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ଥାବ ଦେଇଛନ୍ତି । ଆଜି ୫-ଟି ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ ବିମାନବନ୍ଦର ପାଇଁ ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପୁରୀ ଏକ ବିଶ୍ବବିଖ୍ୟାତ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସ୍ଥଳୀ । ଦେଶର ୪ ଧାମ ମଧ୍ୟରୁ ଜଗନ୍ନାଥ ଧାମ ଶ୍ରେଷ୍ଠ । ପୁରୀଠାରୁ ୩୫ କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର । ଚିଲ୍ଲିକା ହ୍ରଦକୁ ମଧ୍ୟ ସଂଯୋଗ କରୁଛି ପୁରୀ । ଧଉଳିଗିରି ଓ ରତ୍ନଗିରି ମଧ୍ୟ ପୁରୀ ପାଖରେ ରହିଛି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବବିଖ୍ୟାତ। ପୁରୀ ବେଳାଭୂମି ନିକଟରେ ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ଲଭା କରିଛି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସନ୍ତି। ତେଣୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister's letter to the Prime Minister for the International Airport in Puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X