ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟା ସମୀକ୍ଷା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଠାରୁ ଝାରସୁଗୁଡ଼ାରେ ଅଛନ୍ତି। ସେ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ରହିବେ। ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଆସିବେ ବୋଲି ମୁଖ୍ୟମନ୍ତ୍ରୀ ଲଗାତାର ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରୁଛନ୍ତି। ମୋଦୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ପୂରା ଦମରେ ଲାଗିଛନ୍ତି।

MOHAN MAJHI

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଠାରୁ ଝାରସୁଗୁଡାରେ ରହିଛନ୍ତି। ଆସନ୍ତାକାଲିଠାରୁ ଲଘୁଚାପ ଜନିତ ବୃଷ୍ଟିପାତ ଓ ସମ୍ଭାବ୍ୟ ବାତ୍ୟା ସ୍ଥିତି ମଧ୍ୟ ରହିଛି। ଏହାକୁ ଆଖି ଆଗରେ ରଖି ସହରର ଏକ ହୋଟେଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ହୋଟେଲରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।
ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ମନୋଜ ଆହୁଜା, ପୁଲିସ ମହା ନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ଜିଲ୍ଲାପାଳ, ବିଭାଗୀୟ ସଚିବମାନେ ଆଭାସୀ ଯୋଗେ ଯୋଡ଼ି ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାତ୍ୟା ସମୟରେ କିଭଳି ଭାବେ ଲୋକଙ୍କୁ ଥଇଥାନ କରାଯିବ, ପାଣି ଯୋଗୁ ବିଛିନ୍ନ ହେଉଥିବା ଅଞ୍ଚଳରେ କିଭଳି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ପର୍ଯ୍ୟାପ୍ତ ସାପ କାମୁଡ଼ା ସମ୍ପର୍କୀତ ଆଣ୍ଟି ଭେନମ, ତାରପୋଲିନ ଗଚ୍ଛିତ ରଖିବା ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+