ମା’ ତାରାତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ

ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମା' ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ସମୃଦ୍ଧ ଓଡ଼ିଶା ଗଠନ ଓ ଓଡ଼ିଶାର ବିକାଶ ପାଇଁ ମା' ତାରାତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବା କହିଲେ ମୁଖ୍ୟମନ୍ତ୍ରୀ । ପୀଠର ବିକାଶ ଦିଗରେ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦର୍ଶନ, ପୂଜାର୍ଚ୍ଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ମା'ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ହେଲା । ମା'ଙ୍କୁ ଦର୍ଶନ କରିଲି । ବିକଶିତ, ସମୃଦ୍ଧ ଓଡ଼ିଶା ପାଇଁ ପ୍ରାର୍ଥନା କରିଲି । ଲୋକଙ୍କ ବିକାଶ ହେଉ ।

mohan charan majhi

ମା'ଙ୍କ ପୀଠର ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ମନ୍ଦିର କମିଟି, ସାଧାରଣରେ ଏହାର ବିକାଶ ନେଇ ଅନୁରୋଧ କରିଛନ୍ତି । ନିଶ୍ଚିତ ଭାବେ ଆନୁସାଙ୍ଗିକ ବ୍ୟବସ୍ଥା ପୂରଣ ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦ ମିନିଟ୍ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ବୋଲି ପୂଜକ କହିଛନ୍ତି । ପରେ ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭବିଷ୍ୟତ ଗଠନ ବିଷୟରେ ପ୍ରଶ୍ନ କରିଥିଲେ । ବିଦ୍ୟାଳୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+