Get Updates
Get notified of breaking news, exclusive insights, and must-see stories!

ବୁଧବାର ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ; ଶପଥ ପାଇଁ କାଉଣ୍ଟଡାଉନ ଆରମ୍ଭ

ବୁଧବାର ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ରାଜ୍ୟ ଭାଜପା ଶିବିର ଚଳଚଞ୍ଚଳ । ଜଣକ ପରେ ଜଣେ ନେତା ଓଡ଼ିଶାରେ ପହଞ୍ଚୁଛନ୍ତି ।

ଭାଜପାର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଓଡ଼ିଶାରେ ପହଞ୍ଚିସାରିଲେଣି । ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସୁନୀଲ ବଂଶଲ ପହଞ୍ଚିସାରିଛନ୍ତି ।

Chief Minister

ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଅପରାହ୍ନରେ ବିଧାୟକ ଦଳଙ୍କ ସହ ବୈଠକ କରିବେ। ବୈଠକରେ ୨ ପର୍ଯ୍ୟବେକ୍ଷକ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ମାରିବେ ।

ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ । ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଲେ ବିଜେପିର ୫ ବରିଷ୍ଠ ନେତା। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ଘଣ୍ଟାର ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ମଧ୍ୟରେ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି ।

ସେହିଭଳି ଏହି ରୁଟକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ମଧ୍ୟ ସିଲ କରାଯିବ । ଏହି ରାସ୍ତାରେ ମଧ୍ୟ ଗାଡି ଚଳାଚଳ ହେବନି ବୋଲି ସ୍ପଷ୍ଟ କରିଛି ପୋଲିସ କମିସନର ।

ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ବସରେ ଆସିଥିବା ଯାତ୍ରୀ ଓଏସଏପି ୭ମ ବିଏନ ପଡିଆ ଗେଟ୍ ସାମ୍ନାରେ ଓହ୍ଲାଇ ଚାଲି ଚାଲି ଜନତା ମୈଦାନକୁ ଯିବେ । ସେହିଭଳି ଏହି ବସ୍ ଗୁଡିକ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉକ୍ରଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ କରିପାରିବେ । ସେହିଭଳି ଚାରି ଚକିଆ ଯାନ ଗୁଡିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+