ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖବର କାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲେଖା । ଏହି ଲେଖାର ଶୀର୍ଷକ ରହିଛି ‘ଏ ମାଟିର କନ୍ୟା’ । ୨୫ ତାରିଖରେ ସଂସଦ ଭବନରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ମୁହୂର୍ତ୍ତକୁ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି । ‘ଏ ମାଟିର କନ୍ୟା’ ଶୀର୍ଷକର

ଭୁବନେଶ୍ୱର: ଖବର କାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲେଖା । ଏହି ଲେଖାର ଶୀର୍ଷକ ରହିଛି 'ଏ ମାଟିର କନ୍ୟା' । ୨୫ ତାରିଖରେ ସଂସଦ ଭବନରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ମୁହୂର୍ତ୍ତକୁ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି ।

Naveen Patnaik

'ଏ ମାଟିର କନ୍ୟା' ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ଚର୍ଚ୍ଚା ସାଉଣ୍ଟୁଛି । ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି । ଜଣେ ଜନଜାତି ବ୍ୟକ୍ତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ଦପରେ ଅଧିଷ୍ଠିତ ହେବା ତାଙ୍କର ବଡ଼ ଅଭିଳାଷା ଥିଲା ।

ଜୁଲାଇ ୨୫ ତାରିଖ, ସମୟ ପୂର୍ବାହ୍ନ ୧୦ଟା ୧୪ ମିନିଟ୍‌। ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଯେତେବେଳେ ମୁଁ ଦ୍ରୌପଦୀ ମୁର୍ମୁ...ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତି ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ। ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ସେଦିନର ମୋର ବିନମ୍ର ଉପସ୍ଥିତି ଥିଲ ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ବଖାଣିଲେ ମହିଳା ସଶକ୍ତିକରଣର ଗାଥା, ମିଶନ ଶକ୍ତିରେ ସଶକ୍ତ ମହିଳା।

ଦେଶର ସର୍ବୋଚ୍ଚ ପଦ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଛନ୍ତି। ଦେଶର କୋଟି କୋଟି ଲୋକଙ୍କ ପାଇଁ ସେ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ। ଶପଥ ଗ୍ରହଣ ସମୟରେ ତାଙ୍କ ଦ୍ୱାରା ଉଦ୍ଧୃତ ସନ୍ଥକବି ଭୀମ ଭୋଇଙ୍କ ଉକ୍ତି ସର୍ବଦା ଆମ କାର୍ଯ୍ୟ ଓ ଭାବନାରେ ପ୍ରତିଫଳିତ ହେଉ ବୋଲି ଟ୍ୱିଟ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+