ଅନୁସୂଚିତ ଜନଜାତି ତାଲିକାକୁ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଅନୁସୂଚିତ ଜନଜାତି ତାଲିକାକୁ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅନୁସୂଚିତ ଜନଜାତି ତାଲିକାରେ ନାହିଁନ୍ତି ରାଜ୍ୟର ୧୬୦ ରୁ ଅଧିକ ଜନଜାତି । ବାରମ୍ବାର କେନ୍ଦ୍ରକୁ ଅବଗତ କରିବା ସତ୍ୱେ ମିଳୁ ନାହିଁ ସୁଫଳ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାକ୍ସଫୋର୍ସ ପକ୍ଷରୁ ଓଡ଼ିଶାର ୯ଟି ପ୍ରସ୍ତାବକୁ ତୁରନ୍ତ ଅନୁସୂଚିଚ ଜନଜାତି ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ହେଲେ ଏ ପର୍ଯ୍ୟନ୍ତ ସେହି ସମସ୍ତ ଜନଜାତି ତାଲିକାଭୁକ୍ତ ହୋଇନାହାନ୍ତି ।

ଏନେଇ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ତାଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସ୍ତାବ ଉପରେ ତୁରନ୍ତ ବିଚାର କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି ନବୀନ । ଯେପର୍ଯ୍ୟନ୍ତ ଏହି ଜନଜାତି ଲୋକ ମାନେ ତାଲିକାଭୁକ୍ତ ହେବେ ନାହିଁ ସେପର୍ଯ୍ୟନ୍ତ ଏମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ପାଇବାରୁ ବଞ୍ଚିତ ରହିବେ ଯାହା ଏହି ଜନଜାତି ପ୍ରତି ଅନ୍ୟାୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications