ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

naveen patnaik

ଭୁବନେଶ୍ୱର: ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ୩ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶାର ନାଁ । ବିଦେଶରୁ ଅଧିକ ପୁଞ୍ଜି ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ସେ ଆହୁରି କହିଛନ୍ତି ଯେ, ଯଦି ଇନଭେଷ୍ଟର ଆସିବେ ତେବେ ଓଡ଼ିଶାରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ତେବେ ଟିମ୍ ଓଡ଼ିଶାର ନେତୃତ୍ୱ ନେଇ ଯାଉଛନ୍ତି ନିଜ ମୁଖ୍ୟମନ୍ତ୍ରୀ ଯାହା ନିଶ୍ଚୟ ଶୁଭଫଳ ଦେବ । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ୩ଟି ପ୍ରମୁଖ ରାଜ୍ୟ ରହିଛି । ଓଡ଼ିଶା ସମେତ ଗୁଜରାଟ ଏବଂ କର୍ଣ୍ଣାଟକ ମଧ୍ୟ ଏହି ଲିଷ୍ଟରେ ରହିଛି ଏବଂ ଅନ୍ୟ ରାଜ୍ୟ ମଧ୍ୟରେ ବି ପ୍ରତିଯୋଗିତା ଚାଲିଛି ।

ସୂଚନାଥାଉ ଯେ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ଦୁବାଇ ଆଦି ସ୍ଥାନରେ ନିବେଶକ ସମ୍ମିଳନୀରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ଜାପାନ ସମ୍ମିଳନୀରେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+