ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ, ୬ ଶହ କୋଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶାର ବିକାଶ । ସୁନ୍ଦରଗଡ ପରେ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶାର ବିକାଶ । ସୁନ୍ଦରଗଡ ପରେ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିର, ଟିଟିଲାଗଡ ଓ ପାଟଣାଗଡ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସେ ପ୍ରାୟ ୬ ଶହ କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

Naveen Patnaik

ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟର ବି ଶୁଭ ଦେବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଓ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପ ଓ ଶିଳାନ୍ୟାସ କରିଥିଲେ ।

ଆସନ୍ତାକାଲି ସ୍ବତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରୁ ଟିଟିଲାଗଡ଼ ମିନି ଷ୍ଟାଡିୟମ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ଼ ବଣ୍ଟନ କରିବେ । ଏହା ପରେ ପାଟଣାଗଡ଼ରେ ବିଜୁ ସ୍ବାସ୍ଥ୍ୟ ହେଲଥ୍‌ କାର୍ଡ଼ ବଣ୍ଟନ ସହ ହରିଶଙ୍କର ଓ ନୃସିଂହନାଥ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ । ବଲାଙ୍ଗିର ଅତ୍ୟାଧୁନିକ ବସଷ୍ଟାଣ୍ଡ ଉଦ୍‌ଘାଟନ କରିବା ସହ ପାନୀୟ ଜଳ ଯୋଗାଣ, କୃଷି ଜଳସେଚନ ଭଳି ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+