Get Updates
Get notified of breaking news, exclusive insights, and must-see stories!

'ଓଡ଼ିଶାରେ ଗାନ୍ଧିଜୀ' ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

'ଓଡ଼ିଶାରେ ଗାନ୍ଧିଜୀ' ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ 'ଓଡ଼ିଶାରେ ଗାନ୍ଧିଜୀ' ନାମକ ଏକ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ବହୁ ଉପାଦେୟ ତଥ୍ୟ ସ୍ଥାନୀତ ହୋଇଛି ।

ODISHA

ସେହିପରି ୭୬ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଅମୃତ ଅହୋତ୍ସବ ପାଳନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମର ଗାଥାକୁ ନେଇ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସ୍ୱାଧୀନତା ଦିବସ ଦିନ ଅହିଂସା ରଥର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲା । ଆସନ୍ତା କାଲି 'ଅହିଂସା ରଥ' ପରିକ୍ରମା ସମାପନ ଦିବସ । ଏହି ପରିପ୍ରେକ୍ଷୀରେ ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରୀୟ ଭଜନ ଗୁଡିକର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମଧୂସୁଦନ ପାଢ଼ୀ ।

ସେପଟେ ରାଜ୍ୟରେ ଗାନ୍ଧୀ ଜୟନ୍ତୀ ରୁ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ । ସହରାଞ୍ଚଳରୁ ପଞ୍ଚାୟତ ସ୍ତରରେ ହେବ ପଦଯାତ୍ରା । ଅକ୍ଟୋବର ୨ରୁ ଜିଲ୍ଲା ୱାର୍ଡ ସ୍ତରରେ ହେବ ପଦଯାତ୍ରା । ରକ୍ତଦାନ, ବୃକ୍ଷରୋପଣ ଭଳି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ନଭେମ୍ବର ୨ରେ ପ୍ରତ୍ୟକ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+