For Quick Alerts
Turn On Notification  
For Daily Alerts
Oneindia App Download

'ଓଡ଼ିଶାରେ ଗାନ୍ଧିଜୀ' ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

'ଓଡ଼ିଶାରେ ଗାନ୍ଧିଜୀ' ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

|

ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ 'ଓଡ଼ିଶାରେ ଗାନ୍ଧିଜୀ' ନାମକ ଏକ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ବହୁ ଉପାଦେୟ ତଥ୍ୟ ସ୍ଥାନୀତ ହୋଇଛି ।

ODISHA

ସେହିପରି ୭୬ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଅମୃତ ଅହୋତ୍ସବ ପାଳନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମର ଗାଥାକୁ ନେଇ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସ୍ୱାଧୀନତା ଦିବସ ଦିନ ଅହିଂସା ରଥର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲା । ଆସନ୍ତା କାଲି 'ଅହିଂସା ରଥ' ପରିକ୍ରମା ସମାପନ ଦିବସ । ଏହି ପରିପ୍ରେକ୍ଷୀରେ ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରୀୟ ଭଜନ ଗୁଡିକର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମଧୂସୁଦନ ପାଢ଼ୀ ।

ସେପଟେ ରାଜ୍ୟରେ ଗାନ୍ଧୀ ଜୟନ୍ତୀ ରୁ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ । ସହରାଞ୍ଚଳରୁ ପଞ୍ଚାୟତ ସ୍ତରରେ ହେବ ପଦଯାତ୍ରା । ଅକ୍ଟୋବର ୨ରୁ ଜିଲ୍ଲା ୱାର୍ଡ ସ୍ତରରେ ହେବ ପଦଯାତ୍ରା । ରକ୍ତଦାନ, ବୃକ୍ଷରୋପଣ ଭଳି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ନଭେମ୍ବର ୨ରେ ପ୍ରତ୍ୟକ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik will unveil "Gandhiji in Odisha" book on the day of 2nd Oct.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X