ଆସନ୍ତାକାଲି ବାରବାଟୀ ଷ୍ଟାଡିୟମର ହେବ ନବୀକରଣ; ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ: ଫେବୃଆରୀ ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ବାରବାଟୀ ଷ୍ଟାଡିଅମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୬ ଶହ କୋଟିର ଏହି ବୃହତ ନିର୍ମାଣ କାମ ପାଇଁ ଶିଳାନ୍ୟାସ ହେବ । ଷ୍ଟାଡିଅମ ପରିସରରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହେବ। ସେଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ଏଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ଯ ସରକାର ।

ବାରବାଟୀର ଐତିହ୍ୟ ବହନ କରୁଥିବା କ୍ଲକ ଟାୱାର, ହର୍ସ ଗେଟ, କ୍ଲବ ହାଉସ କାନ୍ଥରେ ଥିବା ସ୍ମୃତି ଓ ପେଣ୍ଟିଂକୁ ସଂପୂର୍ଣ୍ଣ ଅକ୍ଷୁର୍ଣ୍ଣ ରଖି କାମ କରାଯିବ । ତେଣୁ ୨୦ ରୁ ଅଧିକ ଅନ୍ତର୍ଜାତିକ ମ୍ୟାଚ, ୭ ଟି ଆଇପିଏଲ ମ୍ୟାଚ, ୨ ଟି ଟେଷ୍ଟ ମ୍ୟାଚର ସଫଳ ଆୟୋଜନ କରି ବିଶ୍ବ କ୍ରୀଡାରେ କଟକ ତଥା ଓଡିଶାର ସୁନାମ ବଢାଇଥିବା ବାରବାଟୀ ପୁଣିଥରେ ବିଶ୍ବସ୍ତରରେ ନିଜର ଚମକ ଫେରି ପାଇବ ।

 naveen Patnaik

ବାରବାଟୀ ୱାଲ୍ଡ କ୍ଲାସ୍ ଷ୍ଟାଡିୟମ୍‌ ହେବାକୁ ଥିବାବେଳେ ଏଥିଲାଗି ପ୍ରାୟ ୭୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାରବାଟୀର ୩ଟି ଗ୍ୟାଲେରୀକୁ ନୁଆ ରୂପ ଦିଆଯିବା ସହ ସଂଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ।

ସବୁଠାରୁ ବଡ଼ କଥା ହେଉଛି କି ଷ୍ଟାଡିୟମର ଦର୍ଶକ ସଂଖ୍ୟା ୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ବିଦେଶୀ ଷ୍ଟାଡିୟମ ଭଳି ସାଧାରଣ ଗ୍ୟାଲେରୀ ବଦଳରେ ବକେଟ୍ ସିଟ୍‌ର ବ୍ୟବସ୍ଥା କରାଯିବ ।

୧୯୫୨ ମସିହାରେ ବାରବାଟୀ ଷ୍ଟାଡିୟମର ମୂଳଦୁଆ ପଡ଼ିଥିବା ବେଳେ ନିୟମିତ ବ୍ୟବଧାନରେ ଏହାର ଭିତ୍ତିଭୁମିର ବିକାଶ ହୋଇ ଆସିଛି । ଏହାରି ଭିତରରେ ବାରବାଟୀ ଷ୍ଟାଡିୟମର ୭୨ ବର୍ଷର ଇତିହାସରେ ୨୭ଟି ଆନ୍ତର୍ଜାତିକ କ୍ରିକେଟ ମ୍ୟାଚର ମଧ୍ୟ ଖେଳାଯାଇଛି । ମାତ୍ର ଦେଶର ଅନ୍ୟ ପ୍ରତିଷ୍ଠିତ କ୍ରିକେଟ ଷ୍ଟାଡିୟମଗୁଡ଼ିକର ତୁଳନାରେ ବାରବାଟୀ ଷ୍ଟାଡିୟମର ଭିତ୍ତିଭୁମିର ସେଭଳି ବିକାଶ ହୋଇ ପାରିନାହିଁ । ଫଳରେ ବାରବାଟୀ ଷ୍ଟାଡିୟମର ନବନିର୍ମାଣ କରିବା ସହ ଅନ୍ୟ କ୍ରୀଡା ଭଳି ରାଜ୍ୟରେ କ୍ରିକେଟର ଉନ୍ନତି ଦିଗରେ ସହଯୋଗ କରିବା ପାଇଁ ଓସିଏ ରାଜ୍ୟ ସରକାରଙ୍କୁ ଏକ ନିବେଦନ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+