କୋଟିଆ ଉପରେ ଆନ୍ଧ୍ରର ଆଖି ପରେ ଓଡିଶାର ଆକ୍ସନ, ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଅଂଚଳର ଲୋକଙ୍କ ସହ ଆଲୋଚନା କରିବେ । ଏହା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
କୋରାପୁଟ: ଚରମ ସୀମାରେ ଏବେ ଆନ୍ଧ୍ର-ଓଡିଶା ସୀମା ବିବାଦ । କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡିଶା ସୀମାରେ ଥିବା କୋଟିଆ ଗ୍ରାମ ପଞ୍ଚାୟତର କିଛି ଗ୍ରାମକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଗୋଟି ଚଳାଇସାରିଛନ୍ତି । ଆନ୍ଧ ସରକାରଙ୍କ ବିଭିନ୍ନ ଯୋଜନାକୁ ସେଠାରେ ଲାଗୁ କରିବା ପରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା ବାନ୍ଧିଛନ୍ତି ।
ତେବେ ନିଜ ରାଜ୍ୟର ଏହି ଅଞ୍ଚଳକୁ ନିଜ ଅଧିନରେ ରଖିବା ପାଇଁ ଆନ୍ଧ୍ର ସରକାରଙ୍କ ଆକ୍ସନର ରିଆକ୍ସନ ଦେଖାଇଛନ୍ତି ଓଡିଶା ସରକାର । ଲୋକଙ୍କୁ ମନାଇବା ପାଇଁ ଓଡିଶା ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଅଂଚଳର ଲୋକଙ୍କ ସହ ଆଲୋଚନା କରିବେ । ଏହା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରାଯିବ । ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ଆନ୍ଧ୍ର ପ୍ରଶାସନ କୋଟିଆ ଅଞ୍ଚଳରେ ବିକାଶ କଥା କହୁଥିବା ବେଳେ ଓଡିଶା ସରକାର ସ୍ଥାନୀୟ ଅଂଚଳ ପାଇଁ ବହୁ ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏଠାରେ ରାସ୍ତାଘାଟଠାରୁ ଆରମ୍ଭ ହୋଇ ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲଷ୍ଟର ଗୃହ ସମେତ ବହୁ ଉନ୍ନୟନ କାମ ଜାରି ରହିଛି । କିନ୍ତୁ ଏହା କୋଟିଆ ଅଂଚଳବାସୀଙ୍କୁ ଆକର୍ଷିତ କରିପାରୁ ନାହିଁ ବୋଲି କୁହାଯାଉଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications