ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ; ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ପୂରଣ ହେବ କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ । ଦିନ ସାଢେ ୧୧ଟାରେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଏହି ଉଦଘାଟନୀ ସଭା ଅନୁଷ୍ଠିତ ହେବ ।ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି ।
ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି କରାଯାଇଛି । ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି । କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଲେଖା ଦେଖିବାକୁ ମିଳିବ । ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜୀ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି।
ପ୍ରରିକଳ୍ପନାକୁ ବାସ୍ତବତାର ରୂପଦେବାରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କ୍ୟାମ୍ପସକୁ ପାଣ୍ଡିଆନଙ୍କ ଲଗାତାର ଗସ୍ତ, ନିୟମିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପ୍ରକଳ୍ପକୁ ବାସ୍ତବରୂପ ଦେଇଛି । ଗତ ବର୍ଷ ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର । ଏହାରି ଭିତରେ ପ୍ରଥମ ପର୍ଯ୍ୟାୟରେ ୯ ଏକର ଜମିରେ ୩୦ କୋଟି ଟଙ୍କା ବିନିମୟ ରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଶ ସହିତ ଓଡ଼ିଆ ଭାଷା ବିକାଶର ଗାଥା କୁ ଲିପି ବଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟ ର କାନ୍ଥ ବାଡ଼ରେ ।
ଲାଇଟ ପଥର ଓ ବାହାର ଦେଶରୁ ଚାଇନାର ପ୍ଲେଟ, ଇଟାଲୀର ଟାଇଲ ଓ ବେଲଜିଅମ ରୁ ଆସିଥିବା କାଚ ଯାହା ଦୁଇ ସହ କିଲୋମିଟର ବେଗରେ ପବନ ହେଲେ ବି କୌଣସି କ୍ଷତି ହେବନାହିଁ ସେହିଭଳି ବାହାର ଦେଶରୁ ଆସିଥିବା କଟନ ଷ୍ଟିଲ ଯାହା କେବେ ବି ଖରା ବର୍ଷାରେ କଳଙ୍କି ଲାଗିବ ନାହିଁ । ୨୦୨୦ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ କରାଯାଇ ଏହି ଐତିହାସିକ ପ୍ରକଳ୍ପକୁ ଆସନ୍ତାକାଲି ଓଡିଶାବାସୀଙ୍କୁ ଭେଟି ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଦେଇଛି ।
ଓଡ଼ିଆ ଭାଷା ବିକାଶ, ଓଡ଼ିଆ ଭାଷା ବିଜ୍ଞାନ ବିଭାଗ, ଆଦିବାଦୀ ଭାଷା ଐତିହ୍ୟ ଭଳି ୩ ଟି ବିଭାଗରେ ୨୪ଟି ଲେଖାଏ ସିଟ ରହିଥିବା ବେଳେ ପ୍ରଥମ ବର୍ଷ ଏହି ତିନି ବିଭାଗରୁ ୭୨ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଅଧ୍ୟୟନ ଆରମ୍ଭ କରୁଛନ୍ତି ।












Click it and Unblock the Notifications