ମୁଖ୍ୟମନ୍ତ୍ରୀ ନେଲେ କରୋନା ଟିକା

ଆଜି ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସର ଚିକିତ୍ସାଳୟରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି।

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ 2ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବ। ତେବେ ଏହି ଧାରାରେ ଆଜି ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସର ଚିକିତ୍ସାଳୟରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି।

Naveen Patnaik

କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି।

ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା । ଯିଏ ଟିକା ନେବ, ସେ COWIN ପୋର୍ଟାଲରେ ପଞ୍ଜିକରଣ କରିବେ । ଯିଏ ପଞିଜୀକରଣ କରିନଥିବ, ଅନ୍ ସାଇଟ୍ ପଞିଜୀକରଣ କରି ଟିକା ନେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+