ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ନବୀନଙ୍କ ପ୍ରଥମ ପୁରୀ ଗସ୍ତ

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟରରେ ପହଞ୍ଚିଲା ପରେ ଶ୍ରୀଦାଣ୍ଡ ଦେଇ ଗଲେ । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନବୀନ ପଟ୍ଟନାୟକ ।

ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ।

naveen_patnaik

ଅନ୍ୟପଟେ ପୁରୀରେ ନୂଆ କଟକଣା ଆରମ୍ଭ ହୋଇଛି । ଭକ୍ତଙ୍କୁ ଭଲ ବ୍ୟବହାର ସହ ଉଚ୍ଚାରଣ ଓ ଆଚରଣ ଠିକ୍ ରଖିବା ପାଇଁ ସବୁ ନିଯୋଗ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ପ୍ରଭୁଙ୍କ ଅତିଥି, ସେମାନଙ୍କୁ ଭଲ ବ୍ୟବହର କରିବା ଆବଶ୍ୟକ ।

ମହାପ୍ରଭୁଙ୍କ ଦର୍ଶନ କରିବେ ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ ମୁଖ୍ୟମନ୍ତ୍ରୀ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଏହା ନବୀନଙ୍କ ପ୍ରଥମ ପୁରୀ ଗସ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+