ବାତ୍ୟା ମୁକାବିଲା ନେଇ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କହିଲେ, ପ୍ରତିଟି ଜୀବନ ମୂଲ୍ୟବାନ

ବାତ୍ୟା ୟଶର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛ

ଭୁବନେଶ୍ୱର: ବାତ୍ୟା ୟଶର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି ।

Naveen Patnaik

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଲେ, ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖାଯାଇଛି। ପ୍ରତିଟି ଜୀବନ ଆମ ଲାଗି ମୂଲ୍ୟବାନ ବୋଲି କହିଲେ ନବୀନ। ଏହାସହ ଜିରୋ କାଜୁଆଲିଟି ଆମ ସରକାର ପଲିସି ବୋଲି କହିଲେ ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ପ୍ରଶାସନକୁ ସହଯୋଗ କରିବାକୁ ଲୋକମାନଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ।

ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଏସଆରସି ପ୍ରଦୀପ ଜେନା ବାତ୍ୟା ୟାସର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+