ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଦୀର୍ଘ ଦିନ ପୂର୍ବରୁ ହେବା ମୁଖ୍ୟମନ୍ତ୍ରୀ ହେବା ରେକର୍ଡରୁ ବଞ୍ଚିତ ନବୀନ
ବିଧାନସଭା ନିର୍ବାଚନରେ ବିଜେଡି ସରକାରର ପତ୍ତନ ହୋଇଛି। ଏହା ସହିତ ରେକର୍ଡରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରି ରେକର୍ଡ କରିବାର ଆଶା ରଖିଥିବା ନବୀନଙ୍କୁ ନିରାଶ ହେବାକୁ ପଡ଼ିଛି । ଏହି ରେକର୍ଡକୁ ନେଇ ତାଙ୍କ ଦଳ ପକ୍ଷରୁ ବେଶ୍ ପ୍ରଚାର କରାଯାଇଥିଲା ।
ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ରହି ରେକର୍ଡ କରିଛନ୍ତି । ନବୀନ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଗତକାଲି ସୁଦ୍ଧା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ୯୧ ଦିନ ରହିସାରିଛନ୍ତି । ଅଗଷ୍ଟ ମାସରେ ସେ ଚାମଲିଂଙ୍କ ରେକର୍ଡ ଭଙ୍ଗ କରିଥାନ୍ତେ । କିନ୍ତୁ ତାଙ୍କ ଦଳର ଏହି ସ୍ୱପ୍ନ ପୂରଣ ହୋଇପାରିନାହିଁ ।

ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି । ଦଳକୁ ମାତ୍ର ୫୧ଟି ଆସନ ମିଳିଛି । ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି ।
ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି । କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି ।
ବିଧାନସଭା ନିର୍ବାଚନରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି । ଦଳକୁ ଗୋଟିଏ ବି ଆସନ ମିଳିନାହିଁ ।












Click it and Unblock the Notifications