ବୃକ୍ଷରୋପଣକୁ ନେଇ ଭାବବିହ୍ଵଳ ହେଲେ ନବୀନ: ସେୟାର କଲେ ଫଟୋ, କହିଲେ ଦିନେ ଏହି ଗଛରେ ପକ୍ଷୀ ବସା ଦେବେ
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ ବୋଲି କହିଛନ୍ତି ।
ଭୁବନେଶ୍ବର: ନବୀନଙ୍କ ପ୍ରକୃତି ପ୍ରେମ । ବୃକ୍ଷରୋପଣକୁ ନେଇ ଭାବବିହ୍ଵଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ବୃକ୍ଷରୋପଣ କରୁଥିବା ସମୟର ଏକ ଫଟୋ ସେୟାର କରିଛନ୍ତି ।
Planting a tree is invigorating experience for me. One day birds will nest & sing, bees will populate its flowers, many will enjoy its fruits & bask in its shade. It's closest one gets to be with nature in complete gratitude for her blessings.
— Naveen Patnaik (@Naveen_Odisha) June 6, 2021
ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରିୟସୀ pic.twitter.com/NEwsK2l7FQ
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ସେୟାର କରି ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ ବୋଲି ସେ କହିଛନ୍ତି । ସେ ଲେଖିଛନ୍ତି, ଏହି ଗଛ ବଡ଼ ହେଲେ ଏଥିରେ ଦିନେ ଚଢ଼େଇ ବସା କରିବ ଓ ଗୀତ ଗାଇବେ । ଫୁଲ ଉପରେ ମହୁମାଛି ବସିବ । ଗଛର ଫଳଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଶେଷରେ 'ଜନନୀ ଜନ୍ମଭୂମିଶ୍ଚ ସ୍ବାର୍ଗାଦପି ଗରିୟସୀ' ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।













Click it and Unblock the Notifications