ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ମଙ୍ଗରାଜଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଯାଇଛି । ରବିବାର ପ୍ରାୟ ସଂଧ୍ୟା 7ଟା ରେ ଭୁବନେଶ୍ବର-ଖୋର୍ଦ୍ଧା ରାସ୍ତର ଯାଆଁଳ ମେଡିକାଲ ଛକଠାରେ ଦୁର୍ଘଟଣା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ଏନେଇ ଯାଆଁଳା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Jimut Mangraj

ତେବେ ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ନବୀନ ।

ତେବେ ପ୍ରତିଟି ପ୍ରସଙ୍ଗରେ ବଳିଷ୍ଠ ଜ୍ଞାନ ରଖିଥିବା ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି । ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଆସିଛନ୍ତି ଜିମୁତ । ସେହିପରି ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତି ସମ୍ପର୍କରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ 'ନେତା'ର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ନିଜର ପରିଚୟକୁ ପରିପୃଷ୍ଠ କରିଛନ୍ତି । ସେହିପରି ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ଜିମୂତ ମଙ୍ଗରାଜ । ଏକାଧିକ ସାଂସ୍କୃତିକ ଓ ସାମ୍ବାଦିକ ସଂଘ ସହ ଜଡ଼ିତ ରହି ଅନେକ କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+