For Quick Alerts
Turn On Notification  
For Daily Alerts
Oneindia App Download

ନିଜ ସମ୍ପତ୍ତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ

ସମ୍ପତି ତାଲିକାକୁ ସାର୍ବଜନୀନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଥିବା ସମ୍ପତି ତାଲିକାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

|

ଭୁବନେଶ୍ୱର: ସମ୍ପତି ତାଲିକାକୁ ସାର୍ବଜନୀନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଥିବା ସମ୍ପତି ତାଲିକାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ CMO ୱେବ୍‌ସାଇଟ୍‌ରେ ଏହି ତାଲିକା ପ୍ରାକଶ ପାଇଛି । ତାଙ୍କ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ମଧ୍ୟ ସ୍ଥାନିତ ହୋଇଛି।

କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ? କେତେ ସୁନାଗହଣା, ଗାଡି, ଜମି ଘର ଅଛି ମୁଖ୍ୟମନ୍ତ୍ରୀଙ୍କ ନାମରେ । ସେ ସବୁର ତାଲିକାକୁ ସାର୍ବଜନୀନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପୂର୍ବରୁ ଘୋଷଣା କରିଥିଲେ ନବୀନ ।

Naveen Patnaik

ଦେଶର ୭ଟି ବ୍ୟାଙ୍କରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଖାତା । ଯେଉଥିରେ ସର୍ବମୋଟ ରହିଛି ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା। BOIର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ ଟଙ୍କା ଅଛି।

ଆଉ କଣ କଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ:

  • BOI ସେଭିଙ୍ଗ୍ସ ଆକାଉଣ୍ଟରେ ଅଛି ୧୬.୭୬ ଲକ୍ଷ ଟଙ୍କା ।
  • BOIର ଅଛି ୧.୦୩ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ।
  • ରାଜ୍ୟର ବିଭିନ୍ନ ସ୍ଥାନରେ ଅଛି ୪ଟି ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ।
  • ଭୁବନେଶ୍ୱର ସେଭିଙ୍ଗ୍ସ ଆକାଉଣ୍ଟରେ ୧୦.୫୬ ଲକ୍ଷ ଟଙ୍କା ଥିବା ତାଲିକାରେ ପ୍ରକାଶ ପାଇଛି ।
  • ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ SBI ଶାଖାରେ ୨ଟି ଆକାଉଣ୍ଟ ରହିଛି ।
  • ୧୯୮୦ ମଡେଲର ଆମ୍ବାସଡର କାର ରହିଛି । ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ଟଙ୍କା ରହିଛି ।
  • ବରଗଡ଼ ପଦ୍ମପୁର SBI ଶାଖାରେ ଅଛି ୩୭,୨୨୩ ଟଙ୍କା ।
  • ୨.୮୯ଲକ୍ଷ ଟଙ୍କାର ସୁନା ଗହଣା ରହିଛି ।
  • ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା। ଫରିଦାବାଦ ତିକ୍ରିକେରାସ୍ଥିତ ଜମି ଓ କୋଠାର ମୂଲ୍ୟ ହେଉଛି ୧୦କୋଟି ୭୫ଲକ୍ଷ ୫୧ହଜାର ୭୧ ଟଙ୍କା।
  • ନବୀନ ନିବାସରେ ନବୀନଙ୍କର ରହିଛି ଦୁଇ ତୃତୀୟାଂଶ ସେୟାର ।
  • ଉକ୍ତ ସେୟାର ଆନୁମାନିକ ମୂଲ୍ୟ ୯.୫୨କୋଟି ହେବ ।
  • ଫରିଦାବାଦରେ ଅଛି ୨୨.୭ ଏକର ଜମି ଓ ବିଲଡିଙ୍ଗ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik listed his assets
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X