'ସ୍ୱଚ୍ଛ ଭାରତ ମିଶନ ୨.୦' ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
'ସ୍ୱଚ୍ଛ ଭାରତ ମିଶନ ୨.୦' କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନବୀନ କହିଛନ୍ତି, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ସ୍ବଚ୍ଛ ଭାରତ ଅଭିଯାନ-'ଅର୍ବାନ୍ ୨.୦' ଏବଂ 'ଅଟଳ ମିସନ୍ ଫର୍ ରିଜୁଭେନେସନ୍ ଆଣ୍ଡ୍ ଅର୍ବାନ୍ ଟ୍ରାନ୍ସଫର୍ମେସନ୍ ୨.୦' ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ଓଡିଶାରୁ ମଧ୍ୟ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନବୀନ କହିଛନ୍ତି, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଭାଗ ଅଭିଯାନରେ ଗ୍ରାମାଚଂଳ ସ୍ୱଚ୍ଛତା ଉପରେ ଗୁରୁ୍ତ୍ୱ ଦିଆଯାଇଥିବାବେଳେ ସ୍ୱଚ୍ଛତା ମିଶନ ୨.୦ରେ ସହରାଂଚଳ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସହର ଗୁଡିକ ପ୍ରଦୁଷଣ ମୁକ୍ତ ଏହି ମିଶନର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ସ୍ୱଚ୍ଛ ଭାରତ ମିଶନକୁ ଟାର୍ଗେଟ କରି ୨୦୧୫ରୁ ଓଡ଼ିଶାରେ ଅମୃତ ମିଶନ୍ କାର୍ଯ୍ୟକାରୀ ହେଉଛି। ରାଜ୍ୟର ୯ଟି ସହରରେ ଏହି ଯୋଜନାରେ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି କରାଯାଉଛି । ଅମୃତ ମିଶନ୍ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରୁଛି । ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଜସ୍ୱ ବସୁଧା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୭ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ପାଇପ୍ ପାଣି ସହ ଆବର୍ଜନାମୁକ୍ତ ସହରାଞ୍ଚଳ ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।












Click it and Unblock the Notifications