Get Updates
Get notified of breaking news, exclusive insights, and must-see stories!

ଓଡିଶା ରାଜନୀତିରେ ବିରଳ ଦୃଶ୍ୟ: ଖରାରେ ଚାଲି ବିରୋଧୀଙ୍କ ପାଖକୁ ଆସିଲେ ନବୀନ, ଘର ଭିତରକୁ ଡାକି କଲେ ଆଲୋଚନା

ନବୀନ ନିବାସ ବାହାରକୁ ଆସି ଧାରଣାରେ ବସିଥିବା ବିରୋଧୀ ବିଜେପି ବିଧାୟକଙ୍କୁ ପାଛୋଟି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ଆଜି ଓଡିଶା ରାଜନୀତିରେ ହାଇ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଛି । ରାଜ୍ୟ ରାଜନୀତିରେ ଏକ ବିରଳ ଦୃଶ୍ୟ ଦେଖିଛନ୍ତି ଓଡିଶାବାସୀ । ନବୀନ ନିବାସ ବାହାରକୁ ଆସି ଧାରଣାରେ ବସିଥିବା ବିରୋଧୀ ବିଜେପି ବିଧାୟକଙ୍କୁ ପାଛୋଟି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen Patnaik

ତେବେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଶେଷରେ ଆଲୋଚନା ପାଇଁ ଭିତରକୁ ଯାଇଥିଲେ ବିଜେପି ବିଧାୟକ । ଆଉ ଏହାସହ ଉଭୟ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଆଲୋଚନା । ତେବେ ଏହି ଆଲୋଚନାରେ ବାଚସ୍ପତିଙ୍କ ସହମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ସହ ଗୃହକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମଣ୍ଡିରୁ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିବା ନେଇ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

BJP MLA

ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା। ଏପରି ପୂର୍ବରୁ ହୋଇନଥିଲା, ଏହି ଘଟଣା ଇତିହାସରେ ପ୍ରଥମ ବୋଲି କହିଛନ୍ତି ବିଷ୍ଣୁ ସେଠୀ । ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍ ଶୀଘ୍ର ବୈଠକରେ କିଛି ଫଳ ମିଳିବ ବୋଲି ଆଶା କରାଯାଉଛି। ମଣ୍ଡିରୁ ସବୁ ଧାନ ଉଠିବା କଥାରେ ମୁଖ୍ୟମନ୍ତ୍ରୀ ହଁ ଭରିଥିବା ମଧ୍ୟ କହିଛନ୍ତି ବିରୋଧୀ ଦଳ ଉପନେତା ।

ସେହିପରି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଏ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେଇଛନ୍ତି। ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡାକିବେ । ବାଚସ୍ପତିଙ୍କ ସହ କଥା ହୋଇ ସର୍ବଦଳୀୟ ବୈଠକ ଡକାଯିବେ ଏବଂ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+