କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

ବିଶ୍ୱ ଆଥଲେଟିକ ଚମ୍ପିୟାନସିପରେ ରାଜ୍ୟ ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି ।

ବିଶ୍ୱ ଆଥଲେଟିକ ଚମ୍ପିୟାନସିପର ଜାଭଲିନ ଗେମରେ ପ୍ରଥମ ଓଡ଼ିଆ ଭାବେ କିଶୋର ଫାଇନାଲ ଖେଳିବା ଏବଂ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛନ୍ତି କିଶୋର ।

ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏଥିସହ ସେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି । ଏହା ପରେ ଓଡିଶାବାସୀ ପୁରା ଖୁସି ।

କିଶୋର ନିଜର ପ୍ରଥମ ପ୍ରୟାସରେ ୭୫.୭୦ ମିଟର ଏବଂ ଦ୍ୱିତୀୟରେ ୮୨.୮୨ ମିଟର ଥ୍ରୋ କରିଥିଲେ । ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା। ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରି ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି ।

naveen_kishore

କିଶୋର ଜେନା ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଯେଉଁଠି ସେ ରହି ପ୍ରଶିକ୍ଷଣ ନେଉଥିଲେ । ଆଜି ସେହି ସ୍ପୋର୍ଟ୍ସ ହଷ୍ଟେଲର ଶହ ଶହ ଆଥଲେଟଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ସେପଟେ ଇତିହାସ ସୃଷ୍ଟି କରିଛନ୍ତି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ରେ ଜିତିଲେ ସ୍ୱର୍ଣ୍ଣ । ୮୮.୧୭ ମିଟରକୁ ଜାଭେଲିନ୍ ଫିଙ୍ଗି ଏହି କୃତିତ୍ୱ ସେ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+