ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମୁକାବିଲାରେ ଆମେ ଅନ୍ୟମାନଙ୍କୁ ବାଟ ଦେଖାଇଛୁ, ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇ ଜୀବନ ବଞ୍ଚାଇଛୁ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଆଜିର ଦିନରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ 96 ଲକ୍ଷ ପରିବାର । ତେବେ ଦେଶର ଶାନ୍ତି ସୁରକ୍ଷା ନେଇ ସଂଗ୍ରାମ କରି ଶହୀଦ ହୋଇଥିବା ଆମର ବୀର ଯବନାମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏଥିସହିତ କରୋନା ଲଢ଼େଇରେ ଶହୀଦ ହୋଇଥିବା କରୋନା ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଭାରତର ଗଣତନ୍ତ୍ର ଭାରତର ସବୁଠାରୁ ବଡ଼ ସଫଳତା । ଆମ ଗଣତନ୍ତ୍ର ହିଁ ଆମ ବିକାଶକୁ ଅଧିକ ସୁଗମ କରିଛି । ଦେଶକୁ ମଜବୁତ୍ କରିଛି । ଇନ୍ଭେଷ୍ଟମେଣ୍ଟ ଇନ୍ ୟୁଥ୍ ଇଜ୍ ଇନ୍ଭେଷ୍ଟମେଣ୍ଟ ଇନ୍ ଫୁ୍ଚର ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ୪୦ ବର୍ଷ ପରେ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି । ୨୦୧୮ରେ ଆମେ ହକି ବିଶ୍ୱକପ୍ ଆୟୋଜନର ଏକ ମାତ୍ର ଲକ୍ଷ୍ୟ ଥିଲା ପୁଣିଥରେ ହକିକୁ ଲୋକପ୍ରିୟ କରିବା । ଭାରତୀୟ ଦଳକୁ ପୁଣ ଥରେ ଶ୍ରେଷ୍ଠ କରି ଗଢ଼ିତୋଳିବ । ଟୋକିଓ ଅଲିମ୍ପିକ୍ସ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।












Click it and Unblock the Notifications