ଏଣିକି ଏହି ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍, ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏଣିକି ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: କରୋନା ମହାମାରୀ ବିରୋଧ ଲଢେଇକୁ ଆଉ ଟିକେ ଶକ୍ତିଶାଳି କରିଛନ୍ତି ରାଜ୍ୟ ସରକାର । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଣିକି ଘରେ ଘରେ ପହଞ୍ଚିବ ଜୀବନ ରକ୍ଷାକାରୀ ଗ୍ୟାସ ବା ସଞ୍ଜିବନୀ ଅକ୍ସିଜେନ । ଏହି ୫ଟି ସହରରେ ଏଣିକି ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାର ୫ଟି ସହରରେ ଏଣିକି ଘରେ ବସି ରୋଗୀ ପାଇପାରିବେ ଅକ୍ସିଜେନ୍ । ଏହି ସହର ଗୁଡିକ ହେଉଛି ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର । ଏହି ସହର ଗୁଡିକରେ ମୁଖ୍ୟମନ୍ତ୍ରୀ ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିବା ସହ ଏହା ଭବିଷ୍ୟତରେ କରୋନା ବିରୋଧୀ ଲଢେଇରେ ସହଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।












Click it and Unblock the Notifications