Get Updates
Get notified of breaking news, exclusive insights, and must-see stories!

ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନୂଆବର୍ଷରେ ହେବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଏବଂ ଜାନୁଆରୀ ପହିଲାରୁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ ମେଟ୍ରୋ । ପ୍ରକଳ୍ପର ସମୀକ୍ଷା କରିବା ସହ ୫ ହଜାର ୯୨୯ କୋଟିର ଡିପିଆରରୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ମେଟ୍ରୋ ପ୍ରକଳ୍ପରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ ରହିବାର ଯୋଜନା ରହିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚାଲିବ ।

metro

ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭେ, ଟୋପାଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିଚାର ବିମର୍ଶ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ମେଟ୍ରୋ ଟ୍ରେନ ଚଳାଚଳ ଦ୍ଵାରା ଭୁବନେଶ୍ୱର ରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ଦୂର ହେବା ସହ ଯାତାୟତ ସୁଗମ ହେବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ 26 କିଲୋମିଟର ପର୍ଯ୍ୟନ୍ତ ଚାଲିବାର ଯୋଜନା ରହିଛି । ଏହି 26 କିଲୋମିଟର ରାସ୍ତାରେ 20 ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳି କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+