ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା; ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି 

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା। ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା।

Chief Minister Mohan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡା ଜିଲା ଗସ୍ତ କରି ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୫୭ଟି ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୂଆପଡା ଜିଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଗୁଡିକ ଉଦଘାଟନ ହୋଇଛି । ଏହି ପ୍ରକଳ୍ପ ଗୁଡିକ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିୃବଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ । ସର୍ବସ୍ପର୍ଶୀ ଓ ସମାବେଶୀ ବିକାଶ ସହ ଓଡ଼ିଶାର ଜନ ସାଧାରଣଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ ।

ଆଗକୁ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+