ଆଜି ହରିୟାଣା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ଏମିତି ରହିଛି କାର୍ଯ୍ୟକ୍ରମ

ହରିୟାଣା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ହରିୟାଣାରେ ବିଜେପି ନେତୃତ୍ୱାଧୀନ ନୂଆ ସରକାରର ଶପଥ ସମାରୋହ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଆଜି ହରିୟାଣା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ।

ଅପରାହ୍ନରେ ସେ ହରିୟାଣା ଅଭିମୁଖେ ଗସ୍ତ କରିବେ । ୧୭ ତାରିଖରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ଅପରାହ୍ନରେ ଶ୍ରୀ ମାଝୀ ଚଣ୍ଡିଗଡ଼ଠାରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହେବେ।

Chief Minister mohan majhi

ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁମ୍ବାଇ ଗସ୍ତରେ ଯାଇ ୧୮ତାରିଖ ଅପରାହ୍ନ ଓ ୧୯ତାରିଖ ପୂର୍ବାହ୍ନରେ ମୁମ୍ବାଇର ଏକ ତାରକା ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀରେ ସାମିଲ ହେବେ। ଇଣ୍ଡିଆନ କେମିକାଲସ ଆଣ୍ଡ ପେଟ୍ରୋକେମିକାଲସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବା ସହ ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକଙ୍କ ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୯ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+