ଆସନ୍ତା ୮ରେ ସିଏମ୍ କିଶାନ ଯୋଜନାର ଶୁଭାରମ୍ଭ କରିିବେ ମୁଖ୍ୟମନ୍ତ୍ରୀ; ନୂଆଖାଇରେ ମିଳିବ ସିଏମ କିସାନର ପ୍ରଥମ କିସ୍ତି
ନୂଆଖାଇରେ ମିଳିବ ସିଏମ କିସାନର ପ୍ରଥମ କିସ୍ତି । ଦୁଇଦିନଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୮ ତାରିଖରେ ଯିବେ , ୯ ତାରିଖରେ ଫେରିବେ ମୁଖ୍ୟମନ୍ତ୍ରୀ । ୮ରେ ସିଏମ୍ କିଶାନ ଯୋଜନାର ଶୁଭାରମ୍ଭ କରିିବେ ମୁଖ୍ୟମନ୍ତ୍ରୀ । ୮ ତାରିଖରେ ମା' ସମଲେଶ୍ୱରୀଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଏକଧିକ ନୂଆଖାଇ ଭେଟଘାଟରେ ଯୋଗଦେବେ ।
କୃଷି ବିଭାଗ ଖର୍ଚ୍ଚ ଦାବି ଆଲୋଚନା ପରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ବେଳେ କୃଷି ମନ୍ତ୍ରୀ ତେବେ ମନ୍ତ୍ରୀ ନିଜ କଥା ଦର୍ଶାଇ କହିଛନ୍ତି ଯଦି ଜଣେ ଚାଷୀ ପିଲା ବଡ ସଫଳତା ପାଉଛି ରାଜା ପିଲା କାହିଁକି ଚାଷୀ ହୋଇ ପାରିବନି।
ଚାଷୀଙ୍କ ପାଇଁ ଏହି ସରକାର ସମର୍ପିତ। ତେଣୁ କୃଷକଙ୍କ କଲ୍ୟାଣ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ପୂର୍ବାପେକ୍ଷା ବଜେଟ ଦୁଇ ଗୁଣା ବୃଦ୍ଧି କରାଯାଇଛି।ସିଏମ କିସାନ ଯୋଜନାରେ ବର୍ଷରୁ ଦୁଇ ହଜାର ଲେଖାଏ ଦୁଇଟି କିସ୍ତି ମିଳିବ। କାଳିଆ ଅପେକ୍ଷା ସିଏମ କିସାନ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ ହୋଇଛି।

ପୂର୍ବରୁ ରାଜ୍ୟର ଚାଷୀମାନେ କାଳିଆ ଯୋଜନା ମାଧ୍ୟମରେ ସରକାରଙ୍କ ଆର୍ଥିକ ସହାୟତା ପାଇ ଉପକୃତ ହେଉଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଳିଆ ଯୋଜନା ପରିବର୍ତ୍ତେ ସିଏମ କିଷାନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାଦ୍ବାରା ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ ଏବଂ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ଏହି ଯୋଜନାରେ ସମସ୍ତ ଚାଷୀ ତଥା ଭୂମିହୀନ, ପିଏମ କିଷାନ ଯୋଜନରେ ଅନ୍ତର୍ଭୁକ୍ତ ଚାଷୀ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ।
ଚାଷୀମାନେ ନୂତନ ଭାବେ ସିଏମ କିଷାନ ଯୋଜନାରେ ସାମିଲ ହେବା ପାଇଁ ମଧ୍ୟ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ। ଏହି ଯୋଜନାରେ ଟଙ୍କା କିସ୍ତି ହିସାବରେ ନୂଆଖାଇ ଏବଂ ଅକ୍ଷୟତୃତୀୟାରେ ଚାଷୀଙ୍କୁ ମିଳିପାରିବ। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନାକୁ ବନ୍ଦ କରାଯାଇ ନୂତନ ମୁଖ୍ୟମନ୍ତ୍ରୀ ସିଏମ କିଷାନ ଯୋଜନା ଆରମ୍ଭ କରିବେ। ଯେଉଁମାନେ ପ୍ରକୃତ ଚାଷୀ ଏବଂ ଯୋଗ୍ୟ ହିତାଧିକାରୀ, ସେମାନେ ଏହି ଯୋଜନାରେ ଉପକୃତ ହୋଇପାରିବେ। ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମି ହୀନ ଚାଷୀ ସିଏମ କିଷାନ ଟଙ୍କା ପାଇପାରିବେ।
ଏଥିପାଇଁ ସରକାର କୃଷି ବିଭାଗର ସର୍ବକାଳୀନ ବଜେଟ କରିଛନ୍ତି। କୃଷକଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟା ନିଧି ଯୋଜନା ବି ସରକାର ଆରମ୍ଭ କରିଛନ୍ତି।ଓଡ଼ିଶା ହେବ ମିଲେଟ ହେବ। ଏଥିପାଇଁ ଶ୍ରୀ ଅନ୍ନ ଯୋଜନା କରାଯାଇଛି। ୩୦ ଜିଲ୍ଲାର ୧୭୭ ବ୍ଲକରେ ମାଣ୍ଡିଆ ଚାଷ କରାଯିବ। ସବ ଡିଭିଜନ ସ୍ତରରେ ୫୮ ଶୀତଳ ଭଣ୍ଡାର ନିର୍ମାଣ କରାଯିବ।












Click it and Unblock the Notifications