ବନ୍ୟା ସ୍ଥିତି ସମୀକ୍ଷା ପାଇଁ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ୟା ସ୍ଥିତି ସମୀକ୍ଷା ପାଇଁ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯିବେ।

ମାଲକାନଗିରି ଜିଲ୍ଲାରେ ଗତ ଦୁଇଦିନ ୮ ଓ ୯ ତାରିଖରେ ପ୍ରବଳ ବର୍ଷା ହୋଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାବେଳେ ଚାରିଆଡେ ଦୁର୍ଦ୍ଦଶାର ଚିତ୍ର । ବହୁ ଘର ଭାଙ୍ଗିଥିବାବେଳେ ରାସ୍ତାଘାଟ େଧାଇ ଯାଇଛି। ଭଙ୍ଗାଘର ସଜାଡି ପୁଣି ସଳଖିବାକୁ ଚେଷ୍ଟା ଜାରି ରଖିଛନ୍ତି ଅଞ୍ଚଳବାସୀ। ଜିଲ୍ଲା ପ୍ରଶାସନ ବିଭିନ୍ନ ଅଞ୍ଚଳ ବୁଲି ଆକଳନ କରିଥିବା ତଥ୍ୟ ପ୍ରଦାନ କରିଛି। ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ସାହୁ ପୋଟେରୁ ଅଞ୍ଚଳ ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତିରେ ଜନଜୀବନ କିଭଳି ସ୍ବାଭାବିକ ହୋଇପାରିବ ସେଥି ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Chief Minister mohan majh

ପ୍ରଶାସନର ତଥ୍ୟ ଅନୁଯାୟୀ ମୋଟ ୮୮୩୦ ହେକ୍ଟର ଜମି ନଷ୍ଟ ହୋଇଥିବାବେଳେ ମୋଟ ୨୭୮ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ୩ଟି ଘର ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି। ସେହିପରି ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ୫୭୦ଟି ପଲିଥିନ ରୋଲ ବଣ୍ଟା ଯାଇଛି। ୫୪ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅଗ୍ନିଶମ ବିଭାଗ ଦ୍ୱାରା ୨୭ ଜଣଙ୍କୁ ଜଳବନ୍ଦୀରୁ ଉଦ୍ଧାର ସହ ୧୬୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଦଳ ଦ୍ୱାରା ମୋଟ ୨୨୯୮ ଜଣଙ୍କୁ ତଳିଆ ଅଞ୍ଚଳରୁ ଆଣି ୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ବର୍ତ୍ତମାନ ୧୪୧ଜଣ ତିନୋଟି ଆଶ୍ରୟସ୍ଥଳୀରେ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ନଷ୍ଟ ହୋଇଥିବା ରାସ୍ତା ଗୁଡିକର ମରାମତି ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଗତ ୯ ତାରିଖ ସୁଦ୍ଧା ଜିଲ୍ଲାର ୧୨ଟି ପୋଲ ଉପରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଏହି ସମସ୍ତ ପୋଲ ଉପରେ ଜଳସ୍ତର ହ୍ରାସ ପାଇଛି। ଗତ ୮ ତାରିଖରେ ମାଲକାନଗିରି ଜିଲ୍ଲାରେ ହାରାହାରି ୧୮୧.୪୨ ମିଲିମିଟର ବର୍ଷା ହୋଇଥିବାବେଳେ ୯ ତାରିଖ ଦିନ ହାରାହାରି ୬୬.୪୦ ମିଲିମିଟର ବର୍ଷା ହୋଇଛି।

ଜିଲ୍ଲାରେ ମୁଖ୍ୟତଃ ମୋଟୁ, ପୋଟେରୁ, ଗିରିକାନପାଲ୍ଲୀ, ବଦିଲି, ଏମ୍‌.ଭି. ୭, ଏମ୍‌.ଭି. ୩, ଏମ୍‌ପିଭି ୧୬, ଉଣ୍ଡ୍ରୁକୋଣ୍ଡା, ଏମ୍‌.ଭି. ୫୭ ଗ୍ରାମ ଗୁଡିକ ଅଧିକ ପ୍ରଭାବିତ ହୋଇଛି। ଜିଲ୍ଲାରେ ବନ୍ୟାର ମୁକାବିଲା ପାଇଁ ମୋଟ ୬ ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗର ୫ଟି ଦଳ ମୁତୟନ େହାଇଥିଲା। ଅଗ୍ନିଶମ ବିଭାଗର ୩ଟି ଦଳ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟରେ ଲାଗିଥିଲେ। ଜିଲ୍ଲାରେ ମୋଟ ୬୨ଟି ବିଦ୍ୟୁତକେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ ୨୪ଟି ବିଦ୍ୟୁତ୍ କେନ୍ଦ୍ର ସମ୍ପୂର୍ଣ ଭାବେ ଠପ ହୋଇଯାଇଥିଲ।। ଜିଲ୍ଲାରେ ମୋଟ ୧୧୨୫୧୪ ଜଣଙ୍କୁ ବିଦ୍ୟୁତ୍ ଉପଲବ୍ଧ ହେଉଥିବା ବେଳେ ସେଥିମଧ୍ୟରୁ ୩୩୮୫୦ ଜଣଙ୍କ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲ।। ତେବେ ଆଜି ସୁଦ୍ଧା ୨୨ଟି ବିଦ୍ୟୁତ୍ ସବ୍‌ଷ୍ଟେସନର ମରାମତି ହୋଇଥିବା ବେଳେ ଆଉ ଦୁଇଟି ସବଷ୍ଟେସନ ମରାମତି ଜାରି ରହିଛି। ଆଜି ସକାଳ ସୁଦ୍ଧା ୧୫୦୦ ଜଣଙ୍କ ବିଦ୍ୟୁତ୍ ସରବରାହ ବନ୍ଦଥିବା ସୂଚନା ପ୍ରଦାନ କରିଛି ପ୍ରଶାସନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+