ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଆଜିର ଦିନକୁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିର ଦିନକୁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ । ଆମ ସରକାର ଆସିବାର ମାତ୍ର ୫ ମାସ ହୋଇଛି। ଏହି ୫ ମାସ ଘଟଣାବହୁଳ, ଅନେକ ପଦକ୍ଷେପ ନେଇଛୁ। ସୁଭଦ୍ରା ଯୋଜନା, ଚାଷୀଙ୍କୁ ୩୧୦୦ ଟଙ୍କା ଏମ୍ଏସ୍ପି ନିଷ୍ପତ୍ତି ହୋଇଛି । ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟିର ପୁଞ୍ଜି ନିଶ୍ଚିତ ହୋଇଛି। ୧୮ ହଜାର ସରକାରୀ ନିଯୁକ୍ତି ଦେଇ ସାରିଛୁ । ଆଗକୁ ଉତ୍କର୍ଷ ଓଡ଼ିଶା ଜରିଆରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିବ ବୋଲି ମୋଦି କହିଛନ୍ତି ।

ବୈଠକର କଣ ରହିବ ଏଜେଣ୍ଡା ତାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ଗୁରୁମନ୍ତ୍ର ଦେବେ କି ମୋଦି? କଣ ଦେବେ ଦଳୀୟ ନେତାଙ୍କୁ ଟିପ୍ସ ତାକୁ ନେଇ ସମସ୍ତଙ୍କ ନଜର । ମୋଦିଙ୍କ ଗସ୍ତ ପାଇଁ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଜେଇ ହେଇଛି ବିଜେପ ପାର୍ଟି ଅଫିସ । ଭୁବନେଶ୍ବର ବିଜେପି ପାର୍ଟି ଅଫିସରେ ୨ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ଯା ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ରହିବେ । ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ପରେ ପାର୍ଟି ଅଫିସରେ ଡିନର କରିବେ ମୋଦି । ରାତ୍ର ଭୋଜନରେ ପାରମ୍ପରିକ ଓଡ଼ିଆ ନିରାମିଷ ଖାଦ୍ୟ ପରସାଯିବ । ସାଢେ ୮ଟାରେ ରାଜଭବନ ଫେରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ବ୍ୟାପକ ପ୍ରସ୍ତୁତି












Click it and Unblock the Notifications