ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଉଦ୍ବେଗଜନକ କହିଲେ ମୁଖ୍ୟମନ୍ତ୍ରୀ; ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ
ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଉଦ୍ବେଗଜନକ କହିଲେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିନିଟି ନଦୀରେ ଜଳସ୍ତର ବଢ଼ିଛି । ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି। ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି ।

ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ, ୩ ଓଡ୍ରାଫ୍, ୧ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଛନ୍ତି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡ୍ମ୍ୟାପ୍ କରିବାକୁ ଇଆଇସିଙ୍କୁ କୁହାଯାଇଛି। ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏନେଇ ପଦକ୍ଷେପ ନିଆଯିବ। ପୂର୍ଣ୍ଣିମା ଯୋଗୁଁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ଆଶା ।












Click it and Unblock the Notifications