ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Odisha News: ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଣ୍ତିଆନ ଅଏଲ କର୍ପୋରେସନ ଲିମିଟେଡ, ପେଟ୍ରୋନେଟ LNG ଏବଂ ଇଣ୍ତିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ବ ଲିମିଟେଡ ସମେତ ପ୍ରମୁଖ ଉଦ୍ୟୋଗ ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିବେ ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତ ସମୟରେ ବିଭିନ୍ନ ଅଂଶୀଦାର ଏବଂ ଶିଳ୍ପ ନେତାଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନାରେ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ସେ ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟର ଦୃଷ୍ଟିକୋଣକୁ ରୂପରେଖ ଦେବେ, ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ରମୁଖ ସଂସ୍କାର ଏବଂ ପଦକ୍ଷେପଗୁଡ଼ିକୁ ବିଷୟରେ ମଧ୍ୟ ଆଲୋଚନା କରି ପାରନ୍ତି । ସେହିପରି ଶିଳ୍ପ ବୈଠକରେ ଯୋଗଦେବା ସହିତ, ମୁଖ୍ୟମନ୍ତ୍ରୀ ନୋଏଡାର HCL ଟେକ୍ କ୍ୟାମ୍ପସ ପରିଦର୍ଶନ ମଧ୍ୟ କରିବେ ।












Click it and Unblock the Notifications