ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଜନ୍ମ ମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିରେ ପହଂଚିଛନ୍ତି ମୋହନ ଚରଣ ମାଝୀ। ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ଯାଇ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପାଛୋଟି ନେଲେ ଲୋକେ । ହଜାର ହଜାର ଲୋକ ତାଙ୍କୁ ଦେଖାକରି ନିଜ ନିଜ ସମସ୍ୟା ଜଣାଇବାକୁ ଅପେକ୍ଷା କରିଛନ୍ତି ।

mohancharan majhi

ଆଜି କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଂଚିବେ । ସେଠାରୁ ରୋଡ୍ ସୋ' କରି ମା' ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବେ । ଏହା ପରେ କେନ୍ଦୁଝର ଯାତ୍ରା କରିବେ । ରିଜର୍ଭ ପୋଲିସ ପଡ଼ିଆରେ ଅବତରଣ ପରେ ସର୍କିଟ୍ ହାଉସ୍ରେ ବିଶ୍ରାମ ନେବେ ।

ଅପରାହ୍ଣରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନ କରିବେ । ପୁରୁଣା ବଜାରଠାରୁ ରୋଡ୍ ସୋ'ରେ ଯାଇ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳେ ନିଜ ଗାଁ ରାଇକଳା ଯିବେ ମୁଖ୍ୟମନ୍ତ୍ରୀ । ରାଇକଳାରୁ ରୋଡ୍ ସୋ'ରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବେ ମୋହନ ମାଝୀ । ଝୁମ୍ପୁରା ବ୍ଲକ ଦୁର୍ଗା ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରିବେ । ଅପରାହ୍ଣରେ ନିଜ ଗାଁରେ ପହଞ୍ଚିିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ଗାଁ ଲୋକଙ୍କ ସହ କଥା ହେବା ପରେ ସଂଧ୍ୟାରେ ଭୁବନେଶ୍ୱର ଫେରିଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+