ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦାନ୍ୟତା; ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯାତ୍ରା
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦାନ୍ୟତା । ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯାତ୍ରା । ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅର୍ଥକୁ ବଞ୍ଚାଇବା ପାଇଁ ମୋହନ ମାଝୀଙ୍କ ବଡ ପଦକ୍ଷେପ । ହରିୟାଣା ଗସ୍ତ ଲାଗି ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନ ବ୍ୟବହାର କରିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ଲୋକଙ୍କ ଭଳି ସାଧାରଣ ବିମାନରେ ଆଜି ଯାତ୍ରା କରିଛନ୍ତି ।
ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଆସୁଛନ୍ତି ମୋହନ ଚରଣ ମାଝୀ । ନିଜର ସାଧାରଣ ଲୋକଙ୍କ ଛବି ବଞ୍ଚେଇ ରଖିବା ଲାଗି ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣିଥରେ ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ହରିୟାଣା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ବିମାନରେ ଯାତ୍ରା କରିଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ତିନି ଦିନିଆ ହରୟାଣା ଓ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରୀ ତହବିଲକୁ ଅର୍ଥ ବ୍ୟବହାର କରି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଲାଗି ସ୍ୱତନ୍ତ୍ର ବିମାନ ଲିଗାସି 650କୁ ପ୍ରଥମେ ବୁକିଂ କରାଯାଇଥିଲା ।
ଭଡ଼ା ଅଧିକ ଥିବାରୁ ସ୍ବତନ୍ତ୍ର ବିମାନକୁ ମନା କଲେ ମୁଖ୍ୟମନ୍ତ୍ରୀ । ଏହି ବିମାନର ତିନି ଦିନର ଭଡା 91 ଲକ୍ଷ 22 ହଜାର ଟଙ୍କା ଥିଲା । ଏହାର ଭଡା ଅଧିକ ହେବାରୁ ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ 200 ରେ ମୁଖ୍ୟମନ୍ତ୍ରୀ ଯିବା ପାଇଁ ବିଚାର କରାଯାଉଥିଲା । ଯାହାର ଭଡା ଥିଲା 78 ଲକ୍ଷ 55 ହଜାର ଟଙ୍କା ।
ଉଭୟ ସ୍ୱତନ୍ତ୍ର ବିମାନର ଭଡା ବହୁତ ଅଧିକ ଥିଲା । ତେଣୁ ସରକାରୀ ଅର୍ଥ ବଞ୍ଚେଇବା ପାଇଁ ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନ କରି ସ୍ୱତନ୍ତ୍ର ବିମାନ ବଦଳରେ ଗସ୍ତ ପାଇଁ ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜିଠାରୁ 3 ଦିନିଆ ରାଜ୍ୟ ବାହାରକୁ ଯାଉଛନ୍ତି । ଆସନ୍ତାକାଲି ହରିଆଣା ସରକାରଙ୍କ ଶପଥ ପାଠ କାର୍ଯ୍ୟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହା ସହ ସେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମଧ୍ୟ ସାମିଲ ହେବେ । ସେହିପରି 18 ତାରିଖରେ କେମ. ଇଣ୍ଡିଆ ଉଦଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ସେହିପରି ମୁମ୍ବାଇରେ ଆୟୋଜିତ ଓଡିଶା ସରକାରଙ୍କ ଶିଳ୍ପ ରୋଡ଼ ସୋ'ରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝୀଙ୍କ ୩ ଦିନିଆ ମୁମ୍ବାଇ-ହରିୟାଣା ଗସ୍ତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ମୁମ୍ବାଇ ଗସ୍ତରେ । ୧୭ ତାରିଖ ଦିନ ଚଣ୍ଡିଗଡରେ ନବ ଗଠିତ ହରିୟାଣା ସରକାର ନାଏବ ସିଂ ସୈନୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଦିନ ଅପରାହ୍ନରେ ଚଣ୍ଡିଗଡରେ ଏନ.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୋହନ ଯୋଗ ଦେବେ ।
ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯିବେ । ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । କାର୍ଯ୍ୟକ୍ରମକୁ କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ । ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବାଇର ହୋଟେଲ ଓବରାୟରେ ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ । ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।












Click it and Unblock the Notifications