Get Updates
Get notified of breaking news, exclusive insights, and must-see stories!

ଶନିବାର ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର/ରାଉରକେଲା,୧୫/୧୧: ଆଜିଠୁ ଦୁଇଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେକ୍ଟର-୧୩ ପଡ଼ିଆରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ଶନିବାର ମଧ୍ୟାହ୍ନ ୧୨ଟା ୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ବାହାରି ଅପରାହ୍ଣ ୧ଟାରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ମେ' ଫେୟାର ହକି ଭିଲେଜରେ ପହଞ୍ଚିବେ । ହକି ଭିଲେଜରେ ମୁଖ୍ୟମନ୍ତ୍ରୀ କିଛି ସମୟ ବିଶ୍ରାମ କରିବା ପରେ ଅପରାହ୍ଣ ୨ଟାରେ ସେକ୍ଟର-୧୩ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପାନପୋଷସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସ୍‌ରେ ପହଞ୍ଚିବେ । ସେଠାରେ ସେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍‌ ଉଦ୍‌ଘାଟନ କରିବେ ।

Chief Minister Mohan Majhi to visit Rourkela on Saturday

ଏହାପରେ ସନ୍ଧ୍ୟା ୫ଟା ୪୦ରେ ବିର୍ସା ମୁଣ୍ଡା ଛକରେ ପହଞ୍ଚି ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ବାହାରି ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ୍‌ରେ ଚାଲିଥିବା ୪ର୍ଥ ଜାତୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ । ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରୁ ବାହାରି ମୁଖ୍ୟମନ୍ତ୍ରୀ ସିଭିଲ ଟାଉନସିପ୍ ସ୍ଥିତ ହୋଟେଲ ମେ' ଫେୟାରରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ରବିବାର ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+