ଆଜି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ‌ମୋହନ ମାଝୀ; ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନାମାଙ୍କନ ଶୋଭାଯାତ୍ରାରେ ହେବେ ସାମିଲ

ଆଜି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନାମାଙ୍କନ ଶୋଭାଯାତ୍ରାରେ ହେବେ ସାମିଲ ।
ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ହେବ ପ୍ରାର୍ଥୀପତ୍ର ଦାଖଲ।

Chief Minister Mohan Majhi to visit Nuapada today

ଆଜି ବିଜେପି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି। ନୂଆପଡ଼ାର 'ଗୋତମା' ଏୟାରଷ୍ଟ୍ରିପ୍ ଠାରେ ଆୟୋଜନ ହେବାକୁ ଥିବା ଏହି ମିଶ୍ରଣ ପର୍ବରେ ବି‌ଜେଡି ଓ କଂଗ୍ରେସର ବହୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବରଙ୍କ ସମେତ ବହୁ ପୂର୍ବତନ ଜନପ୍ରତିନିଧି ଓ କର୍ମୀ ବିଜେପିରେ ମିଶିବେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ ଓ ବିଧାୟକ ଏବଂ ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ। ମିଶ୍ରଣ ପର୍ବ ପରେ ଦଳୀୟ ପ୍ରାର୍ଥୀ ଶ୍ରୀ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବେ ବୋଲି ଦଳର ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।

କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ଦଳ ସଫଳ ହୋଇଛି। ବିଜେଡିର ବହୁସଂଖ୍ୟାରେ ଆଗଧାଡ଼ିର ନେତା ଓ କର୍ମୀଙ୍କୁ ଆଣି ଦଳ ନିଜର ଶକ୍ତି ଦେଖାଇବାକୁ ସବୁ ପ୍ରକାର ପ୍ରସ୍ତୁତି କରିଛି।

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡ଼ରେ ଥିବା ସ୍ଥାନୀୟ ନେତାମାନଙ୍କୁ ପଛରେ ପକାଇ ବରଗଡ଼ ଜିଲ୍ଲାର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଥିଲେ। ବିଜେଡିର ଏହି ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପାଖାପାଖି
୨୯ ହଜାର ଭୋଟରେ ହାରିଯାଇଥିଲେ। ନିକଟରେ ତାଙ୍କୁ ବିଜେଡିର ମହିଳା ଶାଖା ସଭାନେତ୍ରୀ କରାଯାଇଛି। କିନ୍ତୁ ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେଉଁ ପରିସ୍ଥିତିରେ ଦଳ ଏପରି ନିଷ୍ପତ୍ତି ନେଲା, ତାହା ବେଶ୍‌ ରହସ୍ୟଜନକ ହୋଇପଡ଼ିଛି। ବିଜେଡିର ଆଗଧାଡ଼ିର ନେତାମାନେ ମଧ୍ୟ ଏହାର ଟେର୍ ପାଉ ନାହାନ୍ତି। ନବୀନ ଦିଲ୍ଲୀରୁ ଫେରିଲା ପରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ଏକାଧିକ ବୈଠକ ହୋଇଛି। ପ୍ରାର୍ଥୀ ଚୟନ ପାଇଁ ହୋଇଥିବା କୋର୍‌ କମିଟିର ସଦସ୍ୟମାନେ ନୂଆପଡ଼ା ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ଫେରିଥିଲେ। ସେମାନେ ମଧ୍ୟ ସଭାପତିଙ୍କୁ ରିପୋର୍ଟ ଦେଇଥିଲେ। କିନ୍ତୁ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କେହି ମତ ଦେଇ ନଥିବା ଜଣାପଡ଼ିଛି। ଜୟ ଢୋଲକିଆ ବିଜେପିରେ ଯୋଗ ଦେଲା ପରେ ନୂଆପଡ଼ାର ଆଗଧାଡ଼ିର କିଛି ବିଜେଡି ନେତା ଟିକେଟ୍‌ ପାଇଁ ଜୋର୍‌ଦାର ଲବି ଚଳାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+